ଦେଶ- ବିଦେଶ

ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଉଡ଼ନ୍ତା ଆତଙ୍କକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ । ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ । କେବଳ ଉଡ଼ାଣ ନୁହେଁ, ଡ୍ରୋନ୍ ରଖିବା, ବିକାକିଣା ଓ ପରିବହନ ଉପରେ ବି ନିଷେଧା ଦେଶ ଲାଗିଛି । ଯେଉଁମାନଙ୍କର ଡ୍ରୋନ୍ କ୍ୟାମେରା ବା ଅନ୍ୟ UAV ଅଛି, ସେମାନଙ୍କୁ ତୁରନ୍ତ ନିକଟସ୍ଥ ଥାନାରେ ତାହାକୁ ଦାଖିଲା ଦେବାକୁୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ବିଭାଗ ଗୁଡ଼ିକୁ କୃଷି, ପରିବେଶ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ମ୍ୟାପିଂ, ସର୍ଭେ ଓ ସର୍ଭେଲାନ୍ସ ପାଇଁ ଡ୍ରୋନ୍ ଉଡ଼ାଇବାକୁ ଥିଲେ, ନିକଟସ୍ଥ ଥାନାରେ ଜଣାଇବାକୁ କୁହାଯାଇଛି । ଏନେଇ ଶ୍ରୀନଗର ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ନିର୍ଦ୍ଦେଶ ଖିଲାପ କଲେ କଡ଼ା ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଘଟଣା ପରେ ଜମ୍ମୁ ଏୟାରବେସର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଜମ୍ମୁକୁ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ସମସ୍ତ ପଏଣ୍ଟରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ପାକିସ୍ତାନ ସୀମାଠାରୁ ମାତ୍ର ୧୪ କିଲୋମିଟର ଦୂରରେ ଥିବା ଅତି ସୁରକ୍ଷିତ ଜାମ୍ମୁ ଏୟାରପୋର୍ଟ । ଏହି ବିମାନବନ୍ଦର ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥିବା ବେଳେ ଏଠାରେ ଯାତ୍ରୀବାହୀ ବିମାନ ବି ଚଳାଚଳ କରେ । ତେବେ ସେଦିନ ବିଳମ୍ବିତ ରାତ୍ରିରେ ଏୟାର ଫୋର୍ସ ବେସକୁ ଟାର୍ଗେଟ୍ କରି ଆକ୍ରମଣ ହୋଇଥିଲା । ରାତି ୧.୩୭ ମିନିଟରେ ବିମାନବନ୍ଦରରେ ପ୍ରଥମ ବିସ୍ଫୋରଣ ଘଟିଥିଲା । ଏହାର କିଛି ମିନିଟ ପରେ ୧.୪୩ରେ ଶୁଣାଯାଇଥିଲା ଦ୍ୱିତୀୟ ବିସ୍ଫୋରଣ ।

Leave a Reply

Your email address will not be published. Required fields are marked *