ରାଜ୍ୟ

ଶ୍ରୀଜିଉଙ୍କ ରଥରେ ‘ନରବିରାଳ’ ଚିତ୍ରକୁ ନେଇ ବିବାଦ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ। ହେଲେ ଏବେ  ଶ୍ରୀଜିଉଙ୍କ ରଥରେ ନରବିରାଳ ଚିତ୍ରକୁ ନେଇ ଦେଖାଦେଇଛି ବିବାଦ। ରଥରେ ଏହି ଚିତ୍ରକୁ ନେଇ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ରଥରେ ଏପରି ଚିତ୍ର ରହିବା ପୂର୍ବରୁ ସେ କେବେ ଦେଖି ନାହାନ୍ତି। ଏଠି କହିରଖିବୁ,  ନରବିରାଳ ଚିତ୍ରରେ ଗୋଡ଼ହାତ ସବୁ ପଶୁ, ମୁହଁ ମଣିଷ ପରି ହୋଇଛି । ନରବିରାଳ ଆଉ କେଉଁଠି ରହିପାରେ। କିନ୍ତୁ ରଥରେ ଲାଗିବା ପିଲାଟି ଦିନରୁ ଦେଖିନାହାନ୍ତି ବୋଲି କହିଛନ୍ତି ମୁଖ୍ୟ ମହାରଣା ।

ତେବେ ଚିତ୍ରକରମାନେ କିଭଳି ଭାବେ ରଥରେ ଏହା କଲେ ସେ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ଚିତ୍ରକର ସେବକ ରାଜେନ୍ଦ୍ର ମହାପାତ୍ର । ପ୍ରତିବର୍ଷ ରଥରେ ଏଭଳି ଚିତ୍ର ଅଙ୍କନ କରାଯାଉଛି। ତିନି ରଥରେ ପଟାଗୁଜରେ ସିଂହବିରାଳ, ନରବିରାଳ, ଗଜବିରାଳ ରୂପ ହେଉଛି। ଯଦି ସନ୍ଦେହ ହେଉଛି ତେବେ ପ୍ରତ୍ୟେକ ବର୍ଷର ଚିତ୍ରକୁ ଯାଞ୍ଚ କରନ୍ତୁ ବୋଲ ଚିତ୍ରକାର ସେବକ କହିଛନ୍ତି । ଅନ୍ୟରଟେ ନରବିରାଳ ଚିତ୍ରକୁ ନେଇ ବିବାଦ ଉପୁଜିବା ପରେ ଉନ୍ନୟନ ପ୍ରଶାସକ ରଥଖଳାକୁ ଆସି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ଓ ଚିତ୍ରକର ସେବକଙ୍କ ସହ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *