ଅପରାଧରାଜ୍ୟ

ସୀମା ଟପିଲା ବର୍ବରତା: ବିଷ୍ଠା ଖୁଆଇଲେ, ପରିଶ୍ରା ବି ପିଆଇଲେ

ବଲାଙ୍ଗୀର: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଅକଥନୀୟ ନିର୍ଯାତନା ଅଭିଯୋଗ ହୋଇଛି। କଙ୍ଗାରୁ କୋର୍ଟର ନିଷ୍ପତ୍ତି କ୍ରମେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗ୍ରାମବାସୀ ବିଷ୍ଠା ଖୁଆଇବା ଏବଂ ପରିଶ୍ରା ପିଆଇବା ଅଭିଯୋଗ ହୋଇଛି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ପରୁଆଭାଡ଼ି ଗାଁରୁ। ଗୁଣିଗାରେଡ଼ି ସନ୍ଦେହରେ ଗାଁର ଜଣେ ଯୁକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗାଁରେ ରୋଗବ୍ୟାଧି ବ୍ୟାପିବା ପଛରେ ଯୁବକଙ୍କ ହାତ ଥିବା ଦର୍ଶାଇ ଏଭଳି ନିର୍ଯାତନା ଦେଇଛନ୍ତି ଗ୍ରାମବାସୀ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଗତ ୩ ତାରିଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଆଇନକୁ ହାତକୁ ନେଉଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଲାଙ୍ଗିର ଏସ୍ପି ଚେତାବନୀ ଦେଇଛନ୍ତି। ମାମଲାରେ ଏକାଧିକ ଲୋକ ସାମିଲ ଥିବା ବେଳେ ସିନ୍ଧେକେଲା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ତେବେ  ଗୁଣିଗାରେଡ଼ି ସନ୍ଦେହରେ ଟପିଗଲା ବର୍ବରତାର ସବୁ ସୀମା। ଗଂଜାମ ଚମାଖଣ୍ଡିରୁ ଯେଉଁ ଚିତ୍ର ଦେଖିବାକୁ ମିଳିଥିଲା, ତାହା ଦେଖିଲେ ଯେକୌଣସି ସଚେତନ ଲୋକ ଚକିତ ହେବ। ଗାଁ ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ତିନି ତିନି ଜଣ ତାଲିବାନୀ ଶାସନଠୁ ବି ଅଧିକ ନିର୍ଯାତିତ ହୋଇଛନ୍ତି, ଆଉ ଜଣକର ଜୀବନ ବି ଯାଇଛି। ପୋଲିସର ଘଟଣାର ତଦନ୍ତ କରି ୧୪ଜଣଙ୍କୁ ଗିରଫ କରିଛି। ହେଲେ ସମସ୍ତଙ୍କୁ ଗିରଫ କରି ଦଣ୍ଡ ଦେବାକୁ ମୃତାହତଙ୍କ ପରିବାର ଦାବି କରିଛନ୍ତି। ଅମାନୁଷିକ, ବର୍ବର, ଲୋମହର୍ଷକ ଘଟଣା। କେତେ ସାଂଘାତିକ, ସ୍ପଷ୍ଟ ବୟାନ କରୁଛି ମୋବାଇଲରେ ଉତ୍ତୋଳିତ ହୋଇଥିବା ଭିଡିଓ। କିଛି ଦୃଶ୍ୟ ତ ବିନା ଝାପ୍ସାରେ ଦେଖିବା ଅସମ୍ଭବ ହୋଇଛି। ଗୁଣିଗାରେଡ଼ି ସନ୍ଦେହରେ ତିନି ତିନି ଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଚି। ଗାଁ ଲୋକେ ନିସ୍ତୁକ ମାଡ଼ ମାରିଲେ, ପ୍ଲାସରେ ଦାନ୍ତ ଉପାଡ଼ିଲେ। ଆଉ ବିଷ୍ଠା ବି ଖୁଆଇଲେ। ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ରାମେୟାପଲ୍ଲୀରେ ଗତ ୧୯ ତାରିଖରେ ଘଟିଥିବା ଏ ଅମାନବୀୟ କାଣ୍ଡରେ ଜଣଙ୍କର ଜୀବନ ବି ଯାଇଛି।

Leave a Reply

Your email address will not be published. Required fields are marked *