ଦେଶ- ବିଦେଶରାଜନୀତି

ବିଧାନସଭାରେ ପଶି ପାରିବେନି ବିଜେପି ବିଧାୟକ; ଜାଣନ୍ତୁ କାହିଁକି

ମୁମ୍ବାଇ: ବିଜେପିର ୧୨ ଜଣ ବିଧାୟକଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି । ମହାରାଷ୍ଟ୍ର ବିଧାନସଭାର ମୈସୁମୀ ଅଧିବେଶନର ପ୍ରଥମ ଦିନରେ ୧୨ ଜଣ ବିଧାୟକଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି । ବାଚସ୍ପତିଙ୍କ କକ୍ଷରେ ଅଫିସର ଭାସ୍କର ଯାଦବଙ୍କ ସହିତ ଅଭଦ୍ରୋଚିତ ଆଚରଣ ପାଇଁ ୧୨ ବିଧାୟକଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି । ବିଧାୟକଙ୍କ ଆସନ ପ୍ରତି ଅସମ୍ମାନ ଏବଂ ହାତାହାତି କାରଣରୁ ଏହି ସଦସ୍ୟ ମାନଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯିବାକୁ ବିଧେୟକ ପାଶ୍ କରାଯାଇଥିଲା । ସଞ୍ଜୟ କୁଟେ, ଆଶିଷ ସେଳଶର, ଅଭିମନ୍ୟୁ ପୱାର, ଗିରିଶ ମହାଜନ, ଅତୁଲ ଭଟକଲକର, ପରାଗ ଅଲଭାନି, ହରିଶ ପିମ୍ପାଲେ, ରାମ ସତପୁତେ, ବିଜୟ କୁମାର ରାୱଲ, ୟୋଗେଶ ସାଗର, ନାରାୟଣ କୁଚେ ଏବଂ କ୍ରିତି କୁମାର ବଙ୍ଗିଡାଙ୍କୁ ବାସନ୍ଦ କରିବା ପାଇଁ ବିଧେୟକ ପାଶ କରାଯାଇଥିଲା । ୨ ଦିନିଆ ମୌସୁମୀ ଅଧିବେଶନରେ ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନବିସ୍ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଏମପିଏସସି ଆଶାୟୀ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଏବଂ ମୌସୁମୀ ଅଧିବେଶନକୁ ମାତ୍ର ଦୁଇ ଦିନରେ ସୀମିତ ରଖାଯାଇଥିବାରୁ ଏହାକୁ ସମାଲୋଚନା କରିଥିଲେ ଫଡନବିସ । ବିଧାୟକ ମାନଙ୍କୁ ନିଲମ୍ବନ କରିବାର ପ୍ରସ୍ତାବ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନୀଲ ପରବ ଆଗତ କରିଥିଲେ । ପରେ ବାଚନିକ ଭୋଟରେ ଏହାକୁ ପାରିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *