ଦେଶ- ବିଦେଶ

ନୀତୀଶ ସରକାରଙ୍କ ବଡ଼ ନିଷ୍ପତ୍ତି: ବୁଧବାରଠାରୁ ଖୋଲିଯିବ ସ୍କୁଲ ଓ କଲେଜ

ପାଟନା: କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ ଅନେକ ସ୍ଥାନରେ ଅନଲକ୍ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବିହାର ଲୋକଙ୍କ ପାଇଁ ଅନଲକ-୪ରେ ଅନେକ କଟକଣା କୋହଳ ହେବାକୁ ଯାଉଛି । ନୀତୀଶ ସରକାର ଅନଲକ-୪ରେ ସ୍କୁଲ ଓ କଲେଜ ସମେତ ଅନ୍ୟ ସଂସ୍ଥାଗୁଡ଼ିକ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଆଜି ଅନଲକ୍-୪ ବିଷୟରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି ଯେ, କରୋନା ସମୀକ୍ଷା ପରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସାମାନ୍ୟ ଭାବେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଅଫିସରେ କେବଳ ଟିକା ନେଇଥିବା ଲୋକେ ହିଁ ପ୍ରବେଶ କରିପାରିବେ । ବିହାର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କହିଛନ୍ତି ଯେ, ଏକାଦଶ ଓ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ସମେତ କଲେଜ, ଟେକନିକାଲ ଇନଷ୍ଟିଚ୍ୟୁଟ୍ , ସରକାରୀ ତାଲିମ ପ୍ରତିଷ୍ଠାନଗୁଡିକୁ ୫୦% ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହ ରେଷ୍ଟୁରାଣ୍ଟ ଓ ହୋଟେଲଗୁଡିକ ଖୋଲିବାକୁ ବିହାର ସରକାର ଅନୁମତି ଦେଇଛନ୍ତି । କିନ୍ତୁ ଦୋକାନର ମୋଟ କ୍ଷମତାର ମାତ୍ର ୫୦ % ଲୋକେ ବସି ଖାଇପାରିବେ ବୋଲି କୁହାଯାଇଛି । ସେହିପରି ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଦୋକାନଗୁଡ଼ିକ ଖୋଲା ରହିବ । ଅନଲକ୍ ୪ ସମୟରେ ମଧ୍ୟ ରାତି ୯ ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ । ବିହାରରେ ଅନଲକ୍ -୪ ର ନୂତନ ନିୟମ ଜୁଲାଇ ୭ ଅର୍ଥାତ ବୁଧବାରଠାରୁ ଲାଗୁ ହେବ ।

Leave a Reply

Your email address will not be published. Required fields are marked *