ଦେଶ- ବିଦେଶ

୬ଟି ରାଜ୍ୟରେ କୋଭିଡ ପରିସ୍ଥିତି ଚିନ୍ତାଜନକ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ଭାଗରେ ଉଭୟ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ୱାରା ବହୁବିଧ ପଦକ୍ଷେପ ଗ୍ରହଣ ଯୋଗୁଁ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ୬ଟି ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡୁରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି । ଏହି ୬ଟି ରାଜ୍ୟରୁ ଗୋଟିଏ ଦିନରେ ୧୯ ହଜାର ୯୩୩ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ମୋଟ କରୋନା ସଂକ୍ରମଣରେ ୮୫.୦୬ ପ୍ରତିଶତ ଏହି ୬ଟି ରାଜ୍ୟରୁ ଚିହ୍ନଟ କରାଯାଇଛି । ମହାରାଷ୍ଟ୍ରରେ ୧୪ ହଜାର ୩୧୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ କେରଳରେ ୨ ହଜାର ୧୩୩ ଏବଂ ପଞ୍ଜାବରେ ୧ ହଜାର ୩୦୫ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ତେବେ ଦେଶରେ କରୋନା ନମୂନା ପରୀକ୍ଷା ୨୨କୋଟି ୪୯ ଲକ୍ଷ ୯୮ ହଜାର ୬୩୮ରେ ପହଞ୍ଚିଛି । ଓଡିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୩ ଦିନ ମଧ୍ୟରେ କରୋନା ସଂକ୍ରମଣରେ କାହାର ମୃତ୍ୟୁ ହୋଇ ନ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *