ରାଜ୍ୟ

ପୋଖରୀରେ ଭାସୁଛି ମୃତଦେହ, ହତ୍ୟା ନା ଆଉ କିଛି ?

ସାଲେପୁର : ପୋଖରୀରେ ଭାସୁଛି ମୃତଦେହ । ସାଲେପୁର ପିକୋଳ ପଞ୍ଚାୟତ ୩ନଂ ଓ୍ୱାର୍ଡରେ ଥିବା ପୋଖରୀରେ ଭାସୁଛି ମୃତଦେହ । ମୃତକଙ୍କ ନାମ ବିଜୟ ମଲ୍ଲିକ. ବୟସ ୩୫ ହେବ ବୋଲି ଅନୁମାନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି । ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ଏହି ପୋଖରୀରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି  ।

Leave a Reply

Your email address will not be published. Required fields are marked *