ଖେଳ

ୟୁରୋ କପ୍ ଫୁଟବଲ୍ : ସେମିରେ ସ୍ପେନ୍-ଇଟାଲି ମୁକାବିଲା

ନୂଆଦିଲ୍ଲୀ : ବିଶ୍ୱ ଫୁଟବଲର ମିନି ମହାକୁମ୍ଭ କୁହାଯାଉଥିବା ୟୁରୋ କପ୍ ଫୁଟବଲର ଫଳାଫଳ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ସେମିରେ ଦେଖିବାକୁ ମିଳିବ ସ୍ପେନ ଓ ଇଟାଲି ମଧ୍ୟରେ ଟକ୍କର । ପେନାଲ୍ଟି ସୁଟଆଉଟରେ ସ୍ୱିଜରଲାଣ୍ଡକୁ ହରାଇ ସ୍ପେନ୍ ସେମିରେ ପ୍ରବେଶ କରିଛି । ଅପରପକ୍ଷେ ବେଲଜିୟମକୁ ୨-୧ ଗୋଲରେ ହରାଇ ଇଟାଲି ବିଜୟ ସହ ସେମିରେ ପହଞ୍ଚିଛି । ଆଜି ୟୁରୋ କପର ୨ଟି କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଗୋଟିଏ ମ୍ୟାଚ ଚେକ୍ ରିପବ୍ଲିକ-ଡେନମାର୍କ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ଅନ୍ୟଟି ଇଂଲଣ୍ଡ-ୟୁକ୍ରେନ ମଧ୍ୟରେ ହେବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *