ଦେଶ- ବିଦେଶମନୋରଞ୍ଜନ

୧୫ ବର୍ଷ ପରେ ଅଲଗା ହେଲେ ଅମିର୍ ଓ କିରନ୍

ନୂଆଦିଲ୍ଲୀ: ୧୫ ବର୍ଷ କାଳ ସାଥୀ ହୋଇ ରହିବା ପରେ ଶନିବାର ବଲିଉଡ୍ ଅଭିନେତା ଅମିର୍ ଖାନ୍ ଓ ପତ୍ନୀ କିରନ୍ ରାଓ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ଶନିବାର ଜାରି କରିଥିବା ଏକ ବୟାନରେ ଦୁହେଁ ଏନେଇ ସୂଚନା ଦେଇଛନ୍ତି । ବୟାନରେ କହିଛନ୍ତି ଯେ, “ଏହି ୧୫ ବର୍ଷରେ ଆମେ ସାଥୀ ହୋଇ ପୂରା ଜୀବନର ହସ ଓ ଖୁସିକୁ ଅନୁଭବ କରିଛୁ । ଆମ ଦୁହିଁଙ୍କର ସମ୍ପର୍କ ବିଶ୍ୱାସ, ସମ୍ମାନ ଏବଂ ଭଲ ପାଇବା ଦ୍ୱାରା ବଢ଼ିଛି । ଏବେ ଆମେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ” । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ ଦୁହେଁ ଅନେକ ଦିନରୁ ଅଲଗା ହେବାନେଇ ନିଷ୍ପତି ନେଇସାରିଥିଲୁ କିନ୍ତୁ ଏବେ ଆମେ ଏନେଇ ଘୋଷଣା କରିବାକୁ ଚାହୁଁଛୁ । ଏବେ ଆମେ ଅଲଗା ହୋଇଯିବୁ କିନ୍ତୁ ଆମେ ଆମ ପୁଅ ଆଜାଦ୍ ର ଯତ୍ନ ମିଶି ଏକାଠି ହୋଇ ନେବୁ । ଏଥିସହିତ ଆମେ ଫିଲ୍ମ, ପାନୀ ଫାଉଣ୍ଡେସନ୍ ଓ ଅନ୍ୟାନ୍ୟ ପ୍ରୋଜେକ୍ଟରେ ଏକାଠି କାମ କରିବୁ” । ସୂଚନା ଅନୁଯାୟୀ, ଅମିର୍ ଖାନ୍ ଓ କିରନ୍ ଖାନ୍ ଦୁହେଁ ଫିଲ୍ମ ଲଗନ୍ ସେଟ୍ ରେ ପ୍ରଥମ ଥର ପାଇଁ ଦେଖା ହୋଇଥିଲେ । ଏହାପରେ ସେମାନେ ୨୦୦୫ ମସିହା ଡିସେମ୍ବର ୨୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପରେ ସରୋଗେସି ଦ୍ୱାରା ୨୦୧୧ ରେ ପୁଅ ଆଜାଦ୍ ଜନ୍ମ ହୋଇଥିଲେ ।

Leave a Reply

Your email address will not be published. Required fields are marked *