ରାଜ୍ୟ

ଶିମିଳିପାଳରେ ନିଆଁ : ତଦନ୍ତ ଦାବି କଲେ ବିରୋଧୀଦଳ ନେତା

ଭୁବନେଶ୍ୱର : ଜାତୀୟ ଉଦ୍ୟାନ ଓ ଦେଶର ବଡ଼ ଜୈବ ମଣ୍ଡଳ ଶିମିଳିପାଳ ଜଳୁଛି । ନିଆଁ ଲିଭାଇବା ଦିଗରେ ଯେଉଁ ଭଳି ଭାବରେ ସରକାର ପଦକ୍ଷେପ ନେଉଛନ୍ତି ଏହା ଅତ୍ୟନ୍ତ ଧୀମା ଓ ପ୍ରଭାବିହିନ । ଦିନକୁ ଦିନ ନିଆଁ ବ୍ୟାପିବାରେ ଲାଗିଛି, ବନ ବିଭାଗ ଶୋଇଛି । ଏହା ଏପରେ ତଦନ୍ତ ହେଉ ।
ଶୁକ୍ରବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ଶିମିଳିପାଳ ହେଉଛି ଦେଶର ସବୁଠାରୁ ବଡ ଜୈବ ମଣ୍ଡଳର ସୁରକ୍ଷା ଆମର ଦାୟୀତ୍ୱ । କେବଳ  ଶିମିଳିପାଳ  ମୟୁରଭଞ୍ଜ, କୋରାପୁଟ, ଗଞ୍ଜାମ, ବାଲେଶ୍ୱର, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ ସମସ୍ତ ଜିଲ୍ଲାରେ ଜଙ୍ଗଲ ଜଳୁଛି । ଭାରତୀୟ ଜଙ୍ଗଲ ସର୍ଭେର ତଥ୍ୟାନୁସାରେ ଦେଶରେ ସର୍ବାଧୀକ ଜଙ୍ଗଲ ନିଆଁ ଓଡିଶାରେ ଲାଗୁଛି । ଏହା ଅତ୍ୟନ୍ତ ଚିନ୍ତାଜନକ କଥା । ରାଜ୍ୟରେ ଲାଗୁଥିବା ଜଙ୍ଗଲ ନିଆଁ ପାଇଁ ଡିଏଫଓଙ୍କର ଅବହେଳା ହିଁ ଦାୟି ଏକଥା ରାଜ୍ୟ ସରକାର ମାନିଛନ୍ତି । ଶ୍ରୀ ନାୟକ କହିଥିଲେ, ରାଜ୍ୟ ସରକାର ତୁରନ୍ତ ଜାତୀୟ ସ୍ତରରେ ଥିବା ବିଭିନ୍ନ ବିଶେଷଜ୍ଞ ମାନଙ୍କର ପରାମର୍ଶ ନିଅନ୍ତୁ । ସେହିପରି ଯେଉଁ ଯେଉଁ ଜଙ୍ଗଲରେ ନିଆଁ ଲାଗିଛି ସେହି ଅଞ୍ଚଳର ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ମଧ୍ୟ ଏହି ଦିଗରେ ସାମିଲ କରାଯାଉ । ସ୍ଥାନୀୟ ସାଧାରଣଲୋକମାନଙ୍କ ସହଭାଗିତାରେ ହିଁ ଜଙ୍ଗଲ ସୁରକ୍ଷା ହୋଇପାରିବ, ଏକଥା ସରକାର ନଭୁଲନ୍ତୁ ବୋଲି ଶ୍ରୀ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *