ମହାନଗରରାଜ୍ୟ

ଲକ ଡାଉନରେ ଚାଲିଥିଲା ବିବାହ ଉତ୍ସବ….

କଟକ : ଲକ ଡାଉନରେ ଚାଲିଥିଲା ବିବାହ ଉତ୍ସବ। କଟକଣାକୁ ଅମାନ୍ୟ କରି ଜୋରଦାର ଚାଲିଥିଲା ଭୋଜିପର୍ବ । ସାଙ୍ଗସାଥି ବନ୍ଧୁବାନ୍ଧବ ମାନେ ଭୋଜିଭାତ ନାଚଗୀତର ଭରପୁର ମଜା ନେଉଥିବା ବେଳେ ହଠାତ ପଶି ଆସିଥିଲେ ପ୍ରଶାସନ । ଆଉ ଚଢ଼ାଉ କରି କାଟିଥିଲେ ମୋଟା ଅଙ୍କର ଫାଇନ । କଟକସ୍ଥିତ ଝାଞ୍ଜିରିମଙ୍ଗଳାରେ ଚାଲିଥିଲା ଏହି ବିବାହ ରିସେପସନ। ଲକଡାଉନରେ ଜାରି ହୋଇଥିବା ବିବାହ ନିୟମକୁ ଅମାନ୍ୟ କରି ଠୁଳ ହୋଇଥିଲେ ଶତାଧିକ ଲୋକ । ଯେବେକି ୨୫ ଜଣଙ୍କୁ ନେଇ ବିବାହ ଉତ୍ସବ ପାଳନର ନିୟମ ରହିଛି । ଆଉ ବଫେ ସିଷ୍ଟମରେ ଚାଲିଥିଲା ଖିଆପିଆ । ଆଉ ଏହି ସମୟରେ ଚଢ଼ାଉ କରିଥିଲା ସିଏମସି ଏନଫୋର୍ସମେଣ୍ଟ ଟିମ । ପରିସ୍ଥିତିକୁ ତନାଘନା କରି ଆଦାୟ କରିଥିଲେ ୫୦ ହଜାର ଟଙ୍କା ଜୋରିମାନା ।

Leave a Reply

Your email address will not be published. Required fields are marked *