ଦେଶ- ବିଦେଶ

୩ ଲସ୍କର ଆତଙ୍କୀଙ୍କୁ ନିପାତ କଲେ ଭାରତୀୟ ଯବାନ

ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ସଫଳତା । ଶୁକ୍ରବାର ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନରେ ୩ ଜଣ ଲସ୍କର ଆତଙ୍କୀ ନିପାତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବଳ ଓ ଆତଙ୍କୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ସେନାକୁ ଏହି ସଫଳତା ମିଳିଛି । ପୁଲୱାମା ଜିଲ୍ଲାର ରାଜପୋରା ଅର୍ନ୍ଗତ ହାଞ୍ଜିନ ଗାଁରେ ଆତଙ୍କୀ ଲୁଚି ରହିଥିବା ନେଇ ଖବର ମିଳିଥିଲା । ଏହାପରେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି କରାଯାଇଥିଲା । ସର୍ଚ୍ଚ ଅପରେସନ ସମୟରେ ଆତଙ୍କୀଙ୍କ ପକ୍ଷରୁ ଆକ୍ରମଣ କରାଯିବା ପରେ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଥିଲା । ଏନକାଉଣ୍ଟରରେ ୩ ଜଣ ଆତଙ୍କୀଙ୍କୁ ସେନା ନିପାତ କରିଥିବା ବେଳେ ଜଣେ ସୁରକ୍ଷା ବଳ କର୍ମୀ ଶହୀଦ ହୋଇଛନ୍ତି । ନିହତ ଆତଙ୍କୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନେ ଲସ୍କରର ସଦସ୍ୟ ବୋଲି ସେନା ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *