ରାଜ୍ୟ

କିପରି ହେବ ଅଫଲାଇନ ମାଟ୍ରିକ ପରୀକ୍ଷା, କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?

ଭୁବନେଶ୍ୱର :ରାଜ୍ୟ ରେ ମାଟ୍ରିକ ପରୀକ୍ଷା କୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଅନେକ ଛାତ୍ର ଛାତ୍ରୀ ନିଜ ମାର୍କରେ ଅସନ୍ତୁଷ୍ଠ ଅଛନ୍ତି । ଅସନ୍ତୁଷ୍ଟ ପିଲା ଦେଇପାରିବେ ଅଫଲାଇନ୍ ପରୀକ୍ଷା । ପରୀକ୍ଷା ପ୍ରଶ୍ନପତ୍ର କିଭଳି ହେବ ବୋର୍ଡ ନିଷ୍ପତ୍ତି ନେବ । ଅଫଲାଇନ ପରୀକ୍ଷାରେ ପଦର୍ଶନ ଅନୁସାରେହିଁ ଅସନ୍ତୁଷ୍ଠ ଛାତ୍ର ଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯିବ । ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ବାହାରିବାକୁ ଉଦ୍ୟମ କରାଯିବ । ଏଥିପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ଫିଲଅପ୍ କରିବାକୁ ହେବ । ଏନେଇ ଆଜି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ମାଟ୍ରିକ୍ ରେଜଲ୍ଟ ବାହାରିବା ପରେ ମାର୍କକୁ ନେଇ ଅନେକ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା । ମୂଲ୍ୟାୟନକୁ ନେଇ ବିଭିନ୍ନ ସ୍ଥାନରେ ପିଲାମାନେ ଓ ଅଭିଭାବକ ଅସନ୍ତୁଷ୍ଟ ରହିଥିଲେ । ତେବେ ସମସ୍ତ ଦିଗକୁ ବିଚାର କରି ଅସନ୍ତୁଷ୍ଟ ପିଲାମାନେ ଅଫଲାଇନ୍ ପରୀକ୍ଷା ଦେଇପାରିବେ ବୋଲି ସରକାର ସ୍ପଷ୍ଟ କରିଥିଲେ । ପରୀକ୍ଷା ପରେ ପିଲା ରଖିଥିବା ମାର୍କ +୨ ଆଡମିସନ୍ ପାଇଁ ବିଚାରକୁ ନିଆଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *