ଦେଶ- ବିଦେଶ

ଟ୍ୱିଟ୍ଟରକୁ ମହିଳା କମିଶନଙ୍କ ଚେତାବନୀ

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଟ୍ୱିଟ୍ଟର ନିମନ୍ତେ ଏକ ପତ୍ର ଲେଖିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ରହିଥିବା ସମସ୍ତ ଅଶ୍ଲୀଳ ଶୀର୍ଷକ ହଟାନଗଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନସିଡବ୍ଲ୍ୟୁ ଚେୟାରମ୍ୟାନ୍ ସୂଚନା ଦେଇଛନ୍ତି । ଟ୍ୱିଟ୍ଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକଙ୍କ ନିକଟକୁ ବୁଧବାର ଏହି ପତ୍ର ଲେଖାଯାଇଥିବା ଜଣାପଡିଛି । ୭ ଦିନରେ ଅଶ୍ଲୀଳ କଣ୍ଟେଣ୍ଟ ହଟାଇବା ସହିତ ଆସନ୍ତା ୧୦ ଦିନ ମଧ୍ୟରେ ମହିଳା କମିଶନ ସହିତ କଥା ହେବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ଏହା ସହିତ ଉପରୋକ୍ତ ମାମଲାକୁ ନେଇ ଦିଲ୍ଲୀ ପୋଲିସକୁ ମଧ୍ୟ ସୂଚିତ କରିଛନ୍ତି ଶର୍ମା । ଟ୍ୱିଟ୍ଟର ନିଜର ଅଶ୍ଲୀଳ କଣ୍ଟେଣ୍ଟ ପ୍ରତ୍ୟାହାର ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶର୍ମା । ଏହା ପୂର୍ବରୁ ଏକାଧିକ ଥର ଏପରି ଅଭିଯୋଗ ଆସିଥିବା ବେଳେ ଟ୍ୱିଟ୍ଟର ଇଣ୍ଡିଆକୁ ସୂଚିତ କରାଯାଇଥିଲା । ତେବେ ଟ୍ୱିଟ୍ଟର ଇଣ୍ଡିଆ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

Leave a Reply

Your email address will not be published. Required fields are marked *