ଦେଶ- ବିଦେଶରାଜ୍ୟ

ସାଧାରଣ ଲୋକଙ୍କୁ ବଡ଼ ଝଟକା : ବଢ଼ିଲା ଅମୁଲ କ୍ଷୀରର ଦାମ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କରୋନା କାଳରେ ପେଟ୍ରୋଲ-ଡିଜେଲ, ଖାଇବା ତେଲ ଦର ମହଙ୍ଗା ହେଉଥିବା ବେଳେ ଏବେ ସାଧାରଣ ଲୋକଙ୍କୁ ଲାଗିଛି ବଡ଼ ଝଟକା । ଏଣିକି ଲୋକମାନଙ୍କୁ ମହଙ୍ଗା ଦରରେ କ୍ଷୀର କିଣିବାକୁ ପଡ଼ିବ । ଅମୁଲ କମ୍ପାନୀ କ୍ଷୀରର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଦେଶର ସମସ୍ତ ରାଜ୍ୟରେ ଏହି ନୂଆ ଦର ଗୁରୁବାର ଅର୍ଥାତ୍ ୧ ଜୁଲାଇ ୨୦୨୧ରୁ ଲାଗୁ ହେବ । ଏନସିଆର ସମତେ ସାରାଦେଶରେ ଅମୁଲ କ୍ଷୀର ଏହି ଦର ଲାଗୁ ହୋଇଛି । ଅମୁଲ ଗୋଲ୍ଡ, ଅମୁଲ ଶକ୍ତି, ଅମୁଲ ତାଜା, ଅମୁଲ ଟି ସ୍ପେଶାଲ, ଅମୁଲ ସ୍ଲିମ୍ ଆଣ୍ଡ ଟ୍ରୀମ ଭଳି ସବୁଥିରେ ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି । ତେବେ ୧ ଜୁଲାଇରୁ ନୂଆ ଦାମ ଗୁଜୁରାଟ, ମହାରାଷ୍ଟ୍ର, କୋଲକାତା, ଦିଲ୍ଲୀ, ଏନସିଆର ସମେତ ଦେଶର ସମସ୍ତ ରାଜ୍ୟରେ ଲାଗୁ ହେବ । ଦେଢ଼ବର୍ଷ ପରେ ଅମୁଲ କମ୍ପାନୀ ପୁଣିଥରେ ନିଜର ଦାମ୍ ବୃଦ୍ଧି କରିଛି । ପେଟ୍ରୋଲ ଓ ଡିଜଲର ବଢ଼ୁଥିବା ଦାମର ପ୍ରଭାବ କ୍ଷୀରରେ ଦେଖିବାକୁ ମିଳିଛି । କମ୍ପାନୀ ନିଜର ସବୁ ପ୍ରଡକ୍ଟର ଦାମ ଲିଟର ପିଛା ୨ ଟଙ୍କାକୁ ବୃଦ୍ଧି କରିଛି ।

Leave a Reply

Your email address will not be published. Required fields are marked *