ରାଜ୍ୟ

ପୁରୀ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍, ଜାଣନ୍ତୁ କ’ଣ

ପୁରୀ : କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ଏବେବି ଚିନ୍ତା ଘାରିଛି । ଏହାରି ମଧ୍ୟରେ ପୁରୀ ପାଇଁ ଆସିଛି ସ୍ୱତନ୍ତ୍ର ଗାଇଡଲାଇନ୍ । ପୁରୀ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା । ଗାଇଡଲାଇନ୍ ମୁତାବକ, ଜୁଲାଇ ୨୩ଯାଏ ପୁରୀକୁ ଟ୍ରେନ୍ ଚଳାଚଳ ମନା ହୋଇଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ଜୁଲାଇ ୨୩ ନୀଳାଦ୍ରି ବିଜେ ଯାଏ ପୁରୀକୁ ଚାଲିବନି ଟ୍ରେନ୍ । ତେବେ ଚଳିତବର୍ଷ ୟୁ-ଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ଯାଉଛନ୍ତି ସରକାର । ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏ ସବୁ ପରମ୍ପରାର ସିଧା ପ୍ରସାରଣ ହେବ । କୋଭିଡ ବେଳେ ଘରେ ଥାଇ ୟୁଟ୍ୟୁବରେ ସାରା ବିଶ୍ୱର ଭକ୍ତମାନେ ରଥଯାତ୍ରା ଦେଖିପାରିବେ । ଜୁନ୍ ୨୪ରେ ସ୍ନାନଯାତ୍ରା ଓ ଜୁଲାଇ ୧୨ରେ ରଥଯାତ୍ରାର ସିଧାପ୍ରସାରଣ ୟୁଟ୍ୟୁବରେ ହେବ । ଏହା ବ୍ୟତିତ ଜୁଲାଇ ୨୦ରେ ବାହୁଡା ଯାତ୍ରା ଓ ୨୧ରେ ସୁନାବେଶର ସିଧାପ୍ରସାରଣ ହେବ । ୨୩ରେ ନୀଳାଦ୍ରି ବିଜେର ସିଧାପ୍ରସାରଣ କରିବ ସୂଚନା ଓ ଲୋକସମ୍ପର୍କ ବିଭାଗ । youTube/I&PR odishaରେ ଭକ୍ତମାନେ ରଥଯାତ୍ରାର ସିଧାପ୍ରସାରଣ ଦେଖିପାରିବେ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣାରେ ପାଳିତ ହେବ ରଥଯାତ୍ରା । ବିନା ଭକ୍ତରେ ହେବ ରଥଯାତ୍ରା ।

Leave a Reply

Your email address will not be published. Required fields are marked *