ଦେଶ- ବିଦେଶରାଜ୍ୟ

ଫୁସଫୁସକୁ ଆଟାକ୍ କରୁଛି ଡେଲଟା ପ୍ଲସ୍ ଭାରିଆଣ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ଜାରି ରହିଛି । ଏହି ଭାରିଆଣ୍ଟ ଫୁସଫୁସର କୋଷିକାରେ ଅନ୍ୟ ଭାରିଆଣ୍ଟ ଅପେକ୍ଷା ଅଧିକ ମାତ୍ରାରେ ଲାଗି ରହିଥାଏ । ତେବେ ଏହାର ଅର୍ଥ ଏହା ନୁହେଁ ଯେ, ଏହି ବିମାରି ଅଧିକୟ ଭୟଙ୍କର ହେବା ସହ ଅଧିକ ଲୋକଙ୍କୁ ସଂକ୍ରମଣ କରିବ । ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ ଇନ୍ ଇଣ୍ଡିଆ (ଏନଟିଏଜିଆଇ)ର ବରିଷ୍ଠ ଡାକ୍ତର ଏନକେ ଅରୋଡା ଏନେଇ କିଛି ତଥ୍ୟ ପ୍ରଦାନ କରିଛନ୍ତି ।ସେ କହିଛନ୍ତି ଯେ, ଡେଲଟା ଭାରିଆଣ୍ଟର ଚିହ୍ନଟ ଗତ ୧୧ ତାରିଖରେ ହୋଇଥିବା ବେଳେ ଏହାକୁ ‘ଭାରିଆଣ୍ଟ ଅଫ୍ କନସର୍ଣ୍ଣ’ ରୂପରେ ସୂଚିତ କରାଯାଇଛି । ଦେଶର ୧୨ଟି ରାଜ୍ୟରେ ବର୍ତ୍ତମାନ ଡେଲଟା ପ୍ଲସ୍ ଭାରିଆଣ୍ଟ ଛାଇ ରହିଥିବା ବେଳେ ମୋଟ ୫୧ଟି ମାମଲା ସାମନାକୁ ଆସିଛି । ମହାରାଷ୍ଟ୍ରରୁ ଡେଲଟା ପ୍ଲସର ସର୍ବାଧିକ ମାମଲା ଚିହ୍ନଟ ହୋଇଛି । ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ପ୍ଲସ ଫୁସଫୁସର କୋଷିକା ମଧ୍ୟରେ ଖୁବଶୀଘ୍ର ଲାଗି ରହିଥାଏ ।

ଆଉ କିଛି ଅଧିକ ମାମଲା ଆସିବା ପରେ ଡେଲଟା ପ୍ଲସ୍ ବିଷୟରେ ଅଧିକ ତଥ୍ୟ ହାସଲ କରିହେବ । କରୋନା ଭ୍ୟାକ୍ସିନର ଗୋଟିଏ କିମ୍ବା ଦୁଇଟି ଡୋଜ୍ ନେଇଥିବା ଲୋକ ଏହି ଭାରିଆଣ୍ଟ ଦ୍ୱାରା ସାମାନ୍ୟ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଏହି ଭାରିଆଣ୍ଟରେ ଯେତିକି ଲୋକ ସଂକ୍ରମିତ ହେଇଛନ୍ତି, ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟା ତା’ଠାରୁ ଅଧିକ ହୋଇପାରେ । କାରଣ ଏହି ଭାରିଆଣ୍ଟର ଲକ୍ଷଣ ଦେଖାଯାଉ ନଥିଲେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇ ଚାଲିଥାଏ । ଡେଲଟା ପ୍ଲସ ଭାରତରେ ତୃତୀୟ ଲହର ଆଣିବ, ସେନେଇ କୌଣସି ନିର୍ଦ୍ଦିଷ୍ଟ ସ୍ପଷ୍ଟିକରଣ ବର୍ତ୍ତମାନ ଦେବା ସମ୍ଭବ ନୁହେଁ । ଏହି ଭାରିଆଣ୍ଟ ତୃତୀୟ ଲହରର କାରଣ ହେବ, ତାହା ମୁଖ୍ୟତଃ ଅନେକ ଦିଗ ଉପରେ ନିର୍ଭର କରିଥାଏ । ଦ୍ୱିତୀୟ ଲହରର ସଂକ୍ରମିତ ଉପରେ ତୃତୀୟ ଲହରର ପ୍ରଭାବ ନିଶ୍ଚିତ ଭାବେ ରହିବ । ବର୍ତ୍ତମାନ ଶେଷ ହୋଇନଥିବା ଦ୍ୱିତୀୟ ଲହରରେ ଯଦି ଅଧିକ ଲୋକ ସଂକ୍ରମିତ ହେବେ, ତେବେ ହୁଏତ ତୃତୀୟ ଲହରରେ ଲୋକମାନେ କେବଳ ଥଣ୍ଡା, ସର୍ଦ୍ଦିରେ ଆକ୍ରାନ୍ତ ହୋଇପାରନ୍ତି । ତେଣୁ ଲୋକଙ୍କୁ ଅଧିକମାତ୍ରାରେ ଟିକା ନେବା ଦରକାର । ଗୋଟିଏ କିମ୍ବା ଦୁଇଟି ଡୋଜ୍ ହେଉ, ତାହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଫଳରେ ତୃତୀୟ ଲହର ବେଶି କ୍ଷତି କରିପାରିବ ନାହିଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *