ମହାନଗରରାଜ୍ୟ

ଭୁବନେଶ୍ୱରରେ ୫ଟି ମଦ ଦୋକାନ ସିଲ୍

ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ସରକାର ଯେତେ କଟକଣା ଲାଗୁ କଲେ ବି ଲୋକାମନେ ଏହାକୁ ଫୁ’ କରି ଉଡ଼ାଇଦେଉଛନ୍ତି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ୫ଟି ମଦ ଦୋକାନ ସିଲ୍ ହୋଇଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ମଦ ଦୋକାନ ସିଲ୍ କରିଛି ବିଏମସି । ତେବେ ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାରରେ ଥିବା ମଦ ଦୋକାନ ସିଲ୍ କରାଯାଇଛି । ଏହା ସହିତ ରସୁଲଗଡ଼, ଡମଣା ଛକ ଓ କେୟାର ହସ୍ପିଟାଲ ସମ୍ମୁଖରେ ଥିବା ମଦ ଦେକାନ ସିଲ୍ ହୋଇଛି । କରୋନା ନିୟମ ନମାନି ମଦ ବିକ୍ରି କରୁଥିବାରେୁ ଏଭଳି ପଦକ୍ଷେପ ନେଇଛି ବିଏମସି । ବିଡିଓ ଏନଫୋର୍ସମେଣ୍ଟ ଟିମ୍ ଓ ବିଏମସିର ମିଳିତ ସହଯୋଗରେ ଚଢ଼ାଉ କରାଯାଇଛି । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ଦୋକାନ ଆଦିକୁ ସିଲ୍ କରିଥିଲା BMC । ବିଭିନ୍ନ ସ୍ଥାନରେ ଏମଫେଡ୍ ଦୋକାନ ସମେତ ବାପୁଜୀ ନଗର ମାର୍କେଟ, ତାରିଣୀ ବସ୍ତ୍ରାଳୟ ସିଲ କରାଯିବା ସହ ମୋଟା ଅଙ୍କର ଫାଇନ୍ ଆଦାୟ ହୋଇଥିଲା ।

Leave a Reply

Your email address will not be published. Required fields are marked *