ରାଜ୍ୟ

ରାଜ୍ୟରେ କୋହଳ ହେବ ’କରୋନା’ କଟକଣା! ଜାଣନ୍ତୁ କେମିତି…

ଭୁବନେଶ୍ଵର : କମିନି ସଂକ୍ରମଣ କି ହଟନି ଆଶଙ୍କା। କିନ୍ତୁ ମିଳିପାରେ କଟକଣାରୁ ଆଶ୍ଵସ୍ତି। ଏନେଇ ସଂକେତ ପ୍ରଦାନ କରିଛନ୍ତି ଡିଏମଇଟି ସିବିକେ ମହାପାତ୍ର। ରାଜ୍ୟରେ ଗୋଟିଏ ଥରରେ ସବୁ ଅଞ୍ଚଳରେ ମହାମାରୀ କମିଯିବ, ଏଭଳି କିଛି ସମ୍ଭାବନା ନାହିଁ। କେଉଁଠି ବଢ଼ୁଛି ତ କେଉଁଠି କମୁଛି। ତେଣୁ ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର ଗାଇଡ୍‌ ଲାଇନ୍‌ ଅନୁସାରେ କମ୍‌ ରହିବ, ସେସବୁ ସ୍ଥାନରେ କଟକଣା କୋହଳ ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସ୍ଥିତି ଦେଖି କେଉଁ ଜିଲ୍ଲାରେ ଲକଡାଉନ୍ କୋହଳ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ। ତେବେ ୫%ରୁ କମ୍ ରହିଥିବା ଜିଲ୍ଲାଗୁଡ଼ିକରେ କଟକଣା କୋହଳ କରାଯାଇପାରେ। ସେହିଭଳି ଏକ ନିର୍ଦ୍ଦିଷ୍ଟ ଜିଲ୍ଲା ବା ଅଞ୍ଚଳରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ଲୋକେ କଟକଣା ମାନୁଛନ୍ତି ନା ନାହିଁ ସେ ସବୁକୁ ଗୁରୁତ୍ଵର ସହ ବିଚାରକୁ ନିଆଯିବ। ସେହି ଅନୁସାରେ କଟକଣା କୋହଳ ନିଷ୍ପତ୍ତି ନିଆଯିବ। ସେହିପରି ଦେବଗଡ଼ରୁ ସ୍ଵତନ୍ତ୍ର ଟିମ୍ ଫେରିବା ପରେ ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତିଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *