ମହାନଗରରାଜ୍ୟ

ମାଟ୍ରିକ୍‌ ଫଳ ବାହାରିଲା, ଅସନ୍ତୋଷ ବଢ଼ିଲା

କଟକ : ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ସ୍ଵତନ୍ତ୍ର ମୂଲ୍ୟାୟନ କରାଗଲା। ଆଉ ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିଲା। ପାସ୍‌ ହାର ବି ଖୁବ୍‌ ଭଲ ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଲା। କିନ୍ତୁ ଏହାକୁ ନେଇ ପିଲାମାନେ ସନ୍ତୋଷ ହେଲେନି ଅନେକ ସ୍ଥାନରେ। ଅଭିଭାବକଙ୍କ ସମେତ ପିଲାମାନେ ଅନେକ ସ୍ଥାନରେ ଧାରଣା ଓ ପ୍ରତିବାଦ କରୁଛନ୍ତି। ସେଭଳି ଦୃଶ୍ୟ ଆଜି କଟକରେ ଦେଖିବାକୁ ମିଳିଛି। କଟକ ବୋର୍ଡ କାର୍ଯ୍ୟାଳୟ ବାହାରେ ଶତାଧିକ ଛାତ୍ରଛାତ୍ରୀ ରାସ୍ତାରେ ବସିଲେ। ମାଟ୍ରିକ ଫଳକୁ ନେଇ ଅସନ୍ତୋଷ ସମାଧାନ ବାହାରିଲା ଯାଏଁ ରାସ୍ତାରୁ ହଟିବେ ନାହିଁ ବୋଲି ଅଡ଼ି ରହିଲେ। କିନ୍ତୁ ଅନ୍ୟପକ୍ଷରେ ପୂର୍ବ ଘୋଷଣା ଭଳି ବୋର୍ଡ କର୍ତ୍ତୃପକ୍ଷ କହିଲେ ଯେ ମାର୍କରେ ସନ୍ତୁଷ୍ଟ ନ ଥିଲେ ଦ୍ଵିତୀୟ ଥର ଅଫ୍ ଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ତେବେ ଏଭଳି ସମସ୍ୟା ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *