ଅପରାଧଦେଶ- ବିଦେଶ

ଗ୍ରାହକଙ୍କୁ ଗୁଳି ମାଡ଼….

ଭୁବନେଶ୍ୱର : ବ୍ୟାଙ୍କରେ ମାସ୍କ ନପିନ୍ଧିବା ଗ୍ରାହକଙ୍କୁ ପଡ଼ିଲା ମହଙ୍ଗା । ବ୍ୟାଙ୍କରେ ମାସ୍କ ପିନ୍ଧିବାକୁ ନେଇ ଗ୍ରାହକଙ୍କ ସହ ସିକ୍ୟୁରିଟି ଗାର୍ଡର ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସିକ୍ୟୁରିଟି ଗାର୍ଡ ଜଣଙ୍କ ଗ୍ରାହକଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡ଼ିଛି । ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଗ୍ରାହକ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ଜଣେ ରେଲୱେ କର୍ମଚାରୀ ରାଜେଶ କୁମାର । ତେବେ ସେ ବ୍ୟାଙ୍କକୁ ବିନା ମାସ୍କରେ ଆସିଥିବା କାରଣରୁ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ତାଙ୍କୁ ଭିତରକୁ ଯିବାକୁ ଦେଇନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ସିକ୍ୟୁରିଟି ଜଣକ ରାଜେଶଙ୍କ ଉପରକୁ ଗୁଳି ଚଳାଇଥିଲେ । ରାଜେଶଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ସିକ୍ୟୁରିଟି ଗାର୍ଡକୁ ପୋଲିସ ହେପାଜତରେ ନିଆଯାଇଛି ।

ଏହି ଘଟଣା ବରେଲିର କୋଟୱାଲି ଅଞ୍ଚଳର ଜଙ୍କସନ ରୋଡ୍ ବ୍ରାଞ୍ଚରେ ଘଟିଛି । ଆଇଜିପି ରମିତ ଶର୍ମା, ଏସଏସପି, ଏସପି ପ୍ରମୁଖ ପହଞ୍ଚି ଘଟଣାର ତନାଘନା କରିଛନ୍ତି । ପୋଲିସ କହିଛି ଯେ ରାଜେଶ କୁମାର ବ୍ୟାଙ୍କକୁ ବିନା ମାସ୍କରେ ପହଞ୍ଚିଥିଲେ । ଆଉ ଏହାକୁ ନେଇ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ କେଶବ କୁମାର ମିଶ୍ରା ସହ ତାଙ୍କର ଝଗଡ଼ା ହୋଇଥିଲା । ଏପରିକି ଗାର୍ଡ ତାଙ୍କୁ ଖରାପ ଭାଷା କହିଥିଲେ ଏବଂ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଜୋର୍ ଧରିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସିକ୍ୟୁରିଟି ଗାର୍ଡ ରାଜେଶଙ୍କ ଗୋଡ଼କୁ ଗୁଳିମାଡ଼ କରିଥିଲେ । ଏନେଇ ରାଜେଶଙ୍କ ପରିବାର ଲୋକ ମଧ୍ୟ ଗୁରୁତର ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *