ମହାନଗରରାଜ୍ୟ

ଜମି ଅଧିଗ୍ରହଣ ମାମଲାକୁ ନେଇ କଳିଙ୍ଗନଗରରେ ଉତ୍ତେଜନା

ଭୁବନେଶ୍ୱର : ଜମି ଅଧିଗ୍ରହଣ ମାମଲାକୁ ନେଇ ଅନେକ ସମୟରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବିବାଦ ଲାଗି ରହୁଥିବା ବେଳେ ଆଜି ପୁଣି ସେହିଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଯେ, କଳିଙ୍ଗନଗରର କେ-୭ରେ ଥିବା ୫୦୩ ନମ୍ବର ଫ୍ଲାଟ୍ ରେ ୧୦୦ ବର୍ଷରୁ ଅଧିକ ସମୟ ହେବ ଥିବା ଖଣ୍ଡୁଆଳ ମନ୍ଦିରକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି । ଆଉ ଏଥିରେ ସେଠାକାର ସ୍ଥାନୀୟ ଲୋକ ସନ୍ତୁଷ୍ଟ ନାହାନ୍ତି । ତେଣୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହିତ ଉକ୍ତ ମନ୍ଦିର ସ୍ଥାନରେ ପ୍ରସ୍ତାବିତ ହୋଇଥିବା ଯୋଜନାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଦାବି କରିଛନ୍ତି । ଆଉ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ଜଣେ ଏସିପି, ଖଣ୍ଡଗିରି ଓ ଭରତପୁର ଥାନାଧିକାରୀ ମଧ୍ୟ ଉକ୍ତ ସ୍ଥାନରେ ଉପସ୍ଥିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *