ରାଜ୍ୟ

ନିରଞ୍ଜନଙ୍କ କାର୍ଯ୍ୟକ୍ରମରେ ଆସିଥିବା କଂଗ୍ରେସ୍ ନେତାଙ୍କ ମୃତ୍ୟୁ

କୋରାପୁଟ : ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କୋଟିଆ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ରାୟଗଡା ଜିଲାର ଜଣେ ବରିଷ୍ଠ ଯୁବନେତା ସନ୍ତୋଷ ମହାନ୍ତି(୪୦)ଙ୍କର ଅଚାନକ ମୃତ୍ୟୁ ହୋଇଛି । କୋଟିଆ କାର୍ଯ୍ୟକ୍ରମ ଶେଷ ହେବା ପରେ ଦଳୀୟ କର୍ମୀ ଓ ନେତା ସମସ୍ତେ ମିଳିତ ହୋଇ ଦେଓମାଳି ପର୍ବତକୁ ମଧ୍ୟାନ୍ନ ଭୋଜନ ପାଇଁ ଯାଇଥିଲେ । ଦେଓମାଳିରେ ସନ୍ତୋଷଙ୍କର ଛାତିରେ ହଠାତ୍ ଯଂନ୍ତ୍ରଣା ହୋଇଥିଲା । ଦଳୀୟ କର୍ମୀମାନେ ତୂରନ୍ତ ତାଙ୍କୁ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିଥିଲେ । ଖବର ପ୍ରଚାର ହେବା ପରେ ଦଳୀୟ ମହଲରେ ଶୋକର ଛାୟା ଖେଳି ଯାଇଥିଲା । ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ସାଂସଦ ସପ୍ତଗିରି ଉଲ୍ଲାକ, ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଜେନା, କଂଗ୍ରେସ୍ ନେତା କୃଷ୍ନ କୁଳଦୀପ ପ୍ରମୁଖ ହସ୍ପିଟାଲକୁ ଯାଇ ସନ୍ତୋଷ ମହାନ୍ତିଙ୍କ ଶେଷ ଦର୍ଶନ କରିଥିଲେ । କୁନ୍ଦୁଲି ହସ୍ପିଟାଲରେ ନବରଂଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି,ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ୍‌,କୈଳାଶ କୁଲେଶିକା,ନିମାଇ ସରକାର,କଂଗ୍ରେସ୍ ନେତା ବିଜୟ ଗମାଙ୍ଗ,ରୂପକ ତୁରୁକ୍‌,ଅର୍ଜୁନ ବାଙ୍କା,ଶୁକ୍ରା ଖରା,ରମେଶ ଖରା ଉପସ୍ଥିତ ରହିଥିବାବେଳେ ସନ୍ତୋଷଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକ ରାୟଗଡାରୁ ଆସି କୁନ୍ଦୁଲି ପହଂଚିଥିବା ଜଣା ପଡିଛି । ପରିବାର ଲୋକ ପହଂଚିବା ପରେ ମୃତଦେହ ରାୟଗଡା ନେବା କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *