ଦେଶ- ବିଦେଶ

ଇମ୍ରାନଙ୍କୁ ଚାଲେଞ୍ଜ କଲେ ତସ୍‌ଲିମା

ଇସଲାମାବାଦ : ମହିଳାଙ୍କ ସ୍ୱଳ୍ପ ପୋଷାକ ପରିଧାନ କରୁଥିବାରୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ବିବୃତି ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବିବାଦୀୟ ହୋଇପଡିଛନ୍ତି । ଏହି ପ୍ରସଙ୍ଗରେ ଇମ୍ରାନଙ୍କୁ ଚାଲେଞ୍ଜ କରିଛନ୍ତି ବାଂଲାଦେଶର ସ୍ୱନାମଧନ୍ୟ ଲେଖିକା ତସଲିମା ନସ୍‌ରିନ । ତସଲିମା ନିଜର ଟ୍ୱିଟର ପେଜ୍‌ରେ ଇମ୍ରାନଙ୍କର ଏକ ସାର୍ଟ ବିହୀନ ଫଟୋ ଅପ୍‌ଲୋଡ କରି କହିଛନ୍ତି ଯେ ଯଦି ଜଣେ ପୁରୁଷ ସ୍ୱଳ୍ପ ପୋଷାକ ପରିଧାନ କରେ, ତାହାହେଲେ ସମାଜ ଦୃଷ୍ଟିରେ ତାହା ଗ୍ରହଣୀୟ ହୋଇଥାଏ । ଅପରପକ୍ଷରେ ଯଦି କୌଣସି ମହିଳା ସ୍ୱଳ୍ପ ପୋଷାକ ପରିଧାନ କରନ୍ତି, ତାହେଲେ ସେ ବଳାତ୍କାର ଘଟଣାକୁ ପ୍ରୋତ୍ସାହିତ କରିଥାନ୍ତି ବୋଲି ଭାବିବା କେତେଦୂର ଯୁକ୍ତିଯୁକ୍ତ ବୋଲି ତସଲିମା ପ୍ରଶ୍ନ କରିଛନ୍ତି । ପୁରୁଷମାନେ ସ୍ୱଳ୍ପ ପୋଷାକ ପରିଧାନ କଲେ ଏହା ମହିଳାଙ୍କ ଉପରେ ମଧ୍ୟ ଅନୁରୂପ ପ୍ରଭାବ ପକାଇଥାଏ ବୋଲି ତସଲିମା ଯୁକ୍ତି ଦର୍ଶାଇଛନ୍ତି । ତେଣୁ ସମାଜରେ ଉଭୟ ପୁରୁଷ ଓ ମହିଳା ନିଜର ପୋଷାକକୁ ନେଇ ସମପରିମାଣରେ ସଞ୍ଜତ ରହିବା ଜରୁରୀ ବୋଲି ତସଲିମା କହିଛନ୍ତି । ଏହି ପ୍ରସଙ୍ଗରେ ଏକତରଫାଭାବେ କେବଳ ମହିଳାଙ୍କୁ ଦୋଷାରୋପ କରିବା ପୁରୁଷପ୍ରଧାନ ସମାଜର ରୁଗ୍‌ଣ ମାନସିକତା ବୋଲି ତସଲିମା ଆକ୍ଷେପ କରିଛନ୍ତି ।

Leave a Reply

Your email address will not be published. Required fields are marked *