ରାଜ୍ୟ

କୋଟିଆରେ ପହଞ୍ଚି ଲୋକଙ୍କ ସହ କଥା ହେଲେ ପିସିସି ସଭାପତି

କୋରାପୁଟ : ବିବାଦୀୟ କୋଟିଆ ଅଞ୍ଚଳ ପରିଦର୍ଶନ କଲେ ରାଜ୍ୟ ପ୍ରଦେଶ କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । କୋଟିଆରେ ବିକାଶ କାର୍ଯ୍ୟ କରିଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିବା ବେଳେ ଆନ୍ଧ୍ରର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । ତେବେ ଆନ୍ଧ୍ର କିଭଳି ଭାବେ ଓଡ଼ିଶା ସୀମାରେ ପଶି ନିର୍ବାଚନ କରି ପାରିଲା ତାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପିସିସି ସଭାପତି ।

କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି, ଉଭୟ ସରକାର ସୀମା ବିବାଦର କାହିଁକି ସମାଧାନ ନକରି ନିରବା ଦ୍ରଷ୍ଟା ସାଜିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର କୋଟିଆରେ ଭିତ୍ତିଭୂମିର ବିକାଶ କରିଛନ୍ତି ସତ ହେଲେ ଲୋକଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଜୀବନ ଜୀବିକାର ଉନ୍ନତି ହୋଇ ପାରି ନାହିଁ ବୋଲି ନିରଞ୍ଜନ କହିଛନ୍ତି । ସେ କୋଟିଆ ପଞ୍ଚାୟତର କୋଟିଆ, ଫାଟୁସିନେରୀ, ଫଗୁଣ ସିନେରି, ତଳ ଗଞ୍ଜେଇ ପଦାର ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାର କଂଗ୍ରେସ ସଭାପତି ଓ ନେତାମାନେ ଗସ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *