ରାଜ୍ୟ

ଛେରାପହଁରା କରିବେନି ଗଜପତି

ପୁରୀ : କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ସୂଚନା ମୁତାବକ, ସକାଳ ସାଢ଼େ ୭ଟାରେ ଜଳଲାଗିର ବ୍ୟବସ୍ଥା ହେବ । ନବେ ଭାଗ ସେବାୟତ ଓ କର୍ମଚାରୀଙ୍କ ଆରଟ-ପିସିଆର ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି । ଅନ୍ୟପଟେ ଏଥର ଛେରାପହଁରା କରିବେନି ଗଜପତି ମହାରାଜ । କୋଭିଡ ନିୟମକୁ ଅନୁପାଳନ କରିବାକୁ ଗଜପତି ନିଷ୍ପତ୍ତି ନେଇଛନ୍ତି । ପରମ୍ପରା ଅନୁଯାଇ ମୁଦିରସ୍ତ ଗଜପତିଙ୍କ ପ୍ରତିନିଧିତ୍ୱ କରି ଛେରାପହଁରା । ଗତବର୍ଷ ମଧ୍ୟ ମୁଦିରସ୍ତ ଛେରା ପହଁରା କରିଥିଲେ ।

ଏନେଇ ଚିଠି ଲେଖି ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦେଇଛନ୍ତି ଗଜପତି । ସେହିପରି ପୁରୀ ବ୍ୟତିତ ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ହାଇକୋର୍ଟ । ଏସମ୍ପର୍କୀତ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ପୁରୀ ଛଡା କେନ୍ଦ୍ରାପଡ଼ା ଓ ଭଟାଲୀରେ ରଥଯାତ୍ରା ପାଇଁ ୫ଟି ମାମଲା ହୋଇଥିଲା । ସବୁ ମାମଲାର ଏକାଠି ଶୁଣାଣି କରିଛନ୍ତି ହାଇକୋର୍ଟ । କେନ୍ଦ୍ରାପଡା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା । ହସ୍ତକ୍ଷେପ ପାଇଁ ମନା କରିବା ସହ ୫ଟି ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।

Leave a Reply

Your email address will not be published. Required fields are marked *