ରାଜ୍ୟ

୨୦୨୨ ସୁଦ୍ଧା ସବୁ ପରିବାରକୁ ମିଳିବ ପାଇପ ପାଣି : ନବୀନ

ନୂଆପଡା : ନୂଆ ଓଡିଶାର ବିକାଶ ଧାରାରେ ନୂଆ ଫର୍ଦ୍ଦ ଯୋଡିଛି ନୂଆପଡା । କରୋନା ପରେ ନୂଆପଡାକୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଶ୍ରମ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ୨ ହଜାର ୩୩୭ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୦.୨୯ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ ମଧ୍ୟ କରିଛନ୍ତିି ନବୀନ ।

ନୂଆପଡା ଖଡିଆଳ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଉଦବୋଧନରେ କହିଛନ୍ତି ଯେ, ‘ନୂଆପଡାକୁ ଆସି ବହୁତ ଖୁସି ଅନୁଭବ କରୁଛି । ସ୍ୱାଧୀନତା ସଂଗ୍ରାମରେ ମା’ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ନୂଆପଡା ପ୍ରତି ମୁଁ ସ୍ୱତନ୍ତ୍ର ଧ୍ୟାନ ଦେଉଛି । ନୂଆପଡା ଜିଲ୍ଲାକୁ ବିଜୁବାବୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣ କରିଥିଲେ । ନୂଆପଡାରେ ଶିଶୁଙ୍କ ମୃତ୍ୟୁହାର ବହୁତ କମୁଛି । ପାଣି ପାଇଁ ଏଠାକାର ମହିଳାମାନେ ମାଇଲ ମାଇଲ ଯିବା ମୋତେ ଦୁଃଖ ଦେଉଥିଲା । ନୂଆପଡାରେ ଫ୍ଲୋରାଇଡ ଯୁକ୍ତ ପାଣି ରୋଗର ମୁଖ୍ୟ କାରଣ ସାଜିଛି ।’

୨୦୨୨ ସୁଦ୍ଧା ସବୁ ପରିବାରକୁ ପାଇପ ପାଣି ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ସେ କହିଛନ୍ତି ଯେ, ‘୯୦୦ରୁ ଅଧିକ ଗାଁ ଫ୍ଲୋରାଇଡ ଯୁକ୍ତ ପାଣି ସମସ୍ୟାରୁ ମୁକ୍ତ ହୋଇଛି । ୭୦୦ କୋଟି ଟଙ୍କା ବ୍ୟୟରେ ୨୦୫ଟି ମେଗା ପାଇପ୍ ପ୍ରକଳ୍ପ କାମ ଚାଲିଛି । ୨୦୨୨ ସୁଦ୍ଧା ସବୁ ପରିବାରକୁ ପିଇବା ପାଣିର ସୁବିଧା ମିଳିବ । ଡିସେମ୍ବର ସୁଦ୍ଧା ସରିବ ନୂଆପଡା ମେଗା ଉଠାଜଳସେଚନ ପ୍ରକଳ୍ପ । ୨୨୦ କୋଟିର ପ୍ରକଳ୍ପରୁ ୧୮ ହଜାର ହେକ୍ଟର ଜମି ଜଳସେଚିତ ହେବ । ଲୋୟର ଇନ୍ଦ୍ର ପ୍ରକଳ୍ପ ସାରା ରାଜ୍ୟ ପାଇଁ ଗୁରୁତ୍ୱୂପର୍ଣ୍ଣ । ଡିସେମ୍ବର ସୁଦ୍ଧା ନୂଆପଡାରେ ପାନୀୟ ଜଳ ପ୍ରକଳ୍ପ ଶେଷ ହେବ । ନୂଆପଡା ଆଜି ନୂଆ ସବୁଜିମାରେ ପରିଣତ ହୋଇଛି ।

Leave a Reply

Your email address will not be published. Required fields are marked *