ଦେଶ- ବିଦେଶରାଜନୀତି

କରୋନା ଗାଇଡ୍‌ଲାଇନ୍‌କୁ ଫୁ : ବିବାହ ଉତ୍ସବରେ ନାଚିଲେ ସାଂସଦ-ବିଧାୟକ

ନୂଆଦିଲ୍ଲୀ : ରାଜସ୍ଥାନରେ କରୋନା ଗାଇଡ୍‌ଲାଇନ୍‌କୁ ଫୁ କରି ହୋଇଥିବା ଏକ ବିବାହ ସମାରୋହର ଭିଡିଓ ସାମ୍ନାକୁ ଆସିଛି। ଏହି ସମାରୋହ ଜୁନ୍ ୨୦ ରେ ରାଜସ୍ଥାନର ସୱାଇ ମାଧୋପୁରର ବଡିଲା ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ବିବାହ ସମାରୋହରେ ରାଜ୍ୟସଭା ସାଂସଦ ଡ. କିରୋରୀ ଲାଲ ମୀନା ଏବଂ କଂଗ୍ରେସ ବିଧାୟକ ଇନ୍ଦ୍ର ମୀନା ଜୋରଦାର ନାଚୁଥିବାର ଦୃଶ୍ୟ ନଜରକୁ ଆସିଥିଲା। ପ୍ରକାଶ ଥାଉଯେ କରୋନା ସଂକ୍ରମଣ ହେତୁ ରାଜସ୍ଥାନରେ ଜୁନ୍ ୩୦ ପର୍ଯ୍ୟନ୍ତ ବିବାହ ସମାରୋହ ଉପରେ ନିଷେଧାଦେଶ ରହିଛି। କିନ୍ତୁ କରୋନା ନିୟମକୁ ବେଖାତିର କରି ଏହି ବିବାହରେ ଉତ୍ସବରେ ଲୋକଗୀତ ଉପରେ ଦମଦାର ନାଚ ହୋଇଥିଲା। ସାଂସଦ ଓ ବିଧାୟକମାନେ ମଧ୍ୟ ନାଚିବା ଆରମ୍ଭ କରିଥିଲେ। ସେମାନେ ଠୁମକା ଲଗେଇବା ନେଇ ନିଜକୁ ରୋକି ପାରି ନ ଥିଲେ। ବାସ୍ତବରେ, କୋରାନା ନିର୍ଦ୍ଦେଶାବଳୀକୁ ଅତିକ୍ରମ କରି ବାମନଭାସର ଭଡିଲା ପରିବାରରେ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଏହି ବିବାହ ଉତ୍ସବରେ ବିଜେପି ରାଜ୍ୟସଭା ସାଂସଦ କିରୋରୀ ଲାଲ ମୀନା ବିବାହ ସମାରୋହରେ ଯୋଗଦେବାକୁ ଆସିଥିଲେ ଏବଂ ମହିଳାମାନଙ୍କ ଲୋକନୃତ୍ୟରେ ଜୋରଦାର ନାଚିଥିଲେ।

Leave a Reply

Your email address will not be published. Required fields are marked *