ଦେଶ- ବିଦେଶରାଜ୍ୟ

ଏତେ ଶୀଘ୍ର ଖୋଲିବ ନାହିଁ ସ୍କୁଲ୍‌: ଡାକ୍ତର ଭି.କେ ପଲ୍‌

ନୂଆଦିଲ୍ଲୀ: ଏତେ ଶୀଘ୍ର ଖୋଲିବ ନାହିଁ ସ୍କୁଲ୍‌ । ସ୍କୁଲ ଖୋଲିବା ନିଷ୍ପତି ନେବା ଏତେ ସହଜ ନୁହେଁ । ପଜିଟିଭ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ନେବା ସହଜ ନୁହେଁ ବୋଲି କହିଛନ୍ତି ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ୍‌ । ସେ କହିଛନ୍ତି ସ୍କୁଲକୁ ବିଭିନ୍ନ ବର୍ଗର ଲୋକ ଆସିଥାନ୍ତି । ଯେମିତିକି ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ସମସ୍ତେ ଏକାଠି ହୋଇଥାନ୍ତି ।ତେଣୁ ଏହା ନିହାତି ଭାବେ ବିପଦ୍‌ଜ୍ଜନକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଛୋଟ ପିଲାମାନଙ୍କୁ ଏବେ ସୁଦ୍ଧା ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ସେହିଭଳି ସମସ୍ତ ଶିକ୍ଷକ ଓ କର୍ମଚାରୀ ଟିକା ନେଇନଥିବେ ବୋଲି କହିଛନ୍ତି ଡାକ୍ତର ଭି.କେ ପଲ୍‌ । ତେଣୁ ଏଭଳି ସ୍ଥିତିରେ ସ୍କୁଲ ଖୋଲିବାକୁ ଏବେ ନିଷ୍ପତ୍ତି ନେବା ଆଦୌ ସହଜ ନୁହେଁ । ପରିସ୍ଥିତିରେ ଆଉ ଟିକେ ସୁଧାର ଆସିଲେ, ସେନେଇ ବିଚାର ବିମର୍ଶ କରି ନିଷ୍ପତ୍ତି ନିଆଯାଇପାରିବ ।

ସେହିଭଳି କରୋନା ମୁକାବିଲା ନେଇ ନିତି ଆୟୋଗ ସଦସ୍ୟ ଭି.କେ ପଲ୍‌ ଆହୁରି ସୂଚନା ଦେଇଛନ୍ତି ଯେ, ମଙ୍ଗଳବାର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ହୋଇଛି । ଗ୍ରାମାଞ୍ଚଳରେ ୬୩.୭% ଓ ସହରାଞ୍ଚଳରେ ୩୬% ଟିକାକରଣ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଗ୍ରାମାଞ୍ଚଳରେ ସଂପୂର୍ଣ୍ଣ ଟିକାକରଣ ସମ୍ଭବ । ମଙ୍ଗଳବାର ୪୬% ମହିଳାଙ୍କୁ ଓ ୫୩% ପୁରୁଷଙ୍କୁ ଟିକାକରଣ ହୋଇଛି । ଟିକାକରଣ କ୍ଷେତ୍ରରେ ମହିଳାଙ୍କୁ ଆହୁରି ସଚେତନ କରିବାର ଆବଶ୍ୟକତା ରହିଛି । ସେହିଭଳି ଦେଶରେ କରୋନା ସଂକ୍ରମଣ କମୁଛି ବୋଲି କହିଛନ୍ତି ନିତି ଆୟୋଗ ସଦସ୍ୟ । ଦେଶର ୫୫୩ଟି ଜିଲ୍ଲାରେ ୫ ପ୍ରତିଶତରୁ କମ୍ ଅକ୍ଟିଭ୍ କେସ୍ ରହିଛି । ଦୈନିକ ଶହେରୁ ଅଧିକ ମାମଲା ମାତ୍ର ୧୫୩ଟି ଜିଲ୍ଲାରୁ ଆସୁଛି ।କରୋନା ସଂକ୍ରମଣ କମୁଥିଲେ ବି ସତର୍କ ରହିବାକୁ ପରାମର୍ଶ ଭି.କେ ପଲ୍‌ ପୁଣି ଥରେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *