ରାଜ୍ୟ

ରାଜସ୍ଥାନ ପରେ ଓଡ଼ିଶାରେ ୧୦୦ ଛୁଇଁଲା ଡିଜେଲ୍ ଦାମ

ମାଲକାନଗିରି : ଦେଶରେ ଦିନକୁ ଦିନ ତୈଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ପେଟ୍ରୋଲ ପରେ ଡିଜେଲ୍ ଦାମ ଏବେ ରେକର୍ଡ କରିଛି। ଦେଶର ରାଜସ୍ଥାନ ପରେ ଦ୍ଵିତୀୟ ରାଜ୍ୟ ଭାବେ ଓଡ଼ିଶାରେ ଡିଜେଲ୍ ଦାମ ୧୦୦ ଟଙ୍କା ପାର କରିଛି। ରାଜ୍ୟ ସରକାରଙ୍କ ତେଲ ରିଟେଲର୍ସଙ୍କ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ମଙ୍ଗଳବାର ପେଟ୍ରୋଲ ଲିଟର ପ୍ରତି ୨୮ ପଇସା ଏବଂ ଡିଜେଲ୍ ଲିଟର ପିଛା ୨୬ ପଇସା ବୃଦ୍ଧି ଘଟିଛି। ଏହି ବୃଦ୍ଧି ଫଳରେ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରି ସାରିଛି। ଏହା ପୂର୍ବରୁ ସୋମବାର ଡିଜେଲ୍ ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା। ଦେଶର ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ତେଲ ଦାମ୍ ଅହେତୁକ ବଢିବାରେ ଲାଗିଛି। ରାଜ୍ୟର ମାଲକାନଗିରି ଜିଲ୍ଲାରେ ମଙ୍ଗଳବାର ଡିଜେଲ୍ ଲିଟର ପିଛା ୧୦୧.୧୨ ଟଙ୍କା ରହିଛି। କେବଳ ଏତିକି ନୁହେଁ କୋରାପୁଟ ଜିଲ୍ଲାରେ ମଧ୍ୟ ଡିଜେଲ୍ ଲିଟର ପିଛା ୧୦୦.୪୬ ଟଙ୍କା ରହିଛି। କିଛି ଦିନ ପୂର୍ବେ ରାଜସ୍ଥାନରେ ଡିଜେଲ୍ ଦାମ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଥିଲା।

ଦେଶର ୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରି ସାରିଛି। ଏଥିରେ ଓଡିଶା, ଆନ୍ଧ୍ର ପ୍ରଦେଶ , ତେଲଙ୍ଗାନା, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ଜମ୍ମୁ-କଶ୍ମୀର ଓ ଲଦାଖ ସାମିଲ। ମେଟ୍ରୋ ସହର ମୁମ୍ବଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ପେଟ୍ରୋଲ ପୂର୍ବରୁ ୧୦୦ ପାର୍ ହୋଇ ସାରିଛି। ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୭.୫୦ ଟଙ୍କା ରହିଛି। ସେହି ପରି ଡିଜେଲ୍ ମୂଲ୍ୟ ଲିଟର ପିଛା ୮୮.୨୩ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ୧୦୩ ଟଙ୍କା ରହିଥିବା ବେଳେ ଡିଜେଲ୍ ଦାମ ୯୫.୭୨ ଟଙ୍କା ଲିଟର ପ୍ରତି ରହିଛି। ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ରାଜ୍ୟୁଗୁଡିକ ହିସାବରେ ଭିନ୍ନ ଭିନ୍ନ ରହିଛି।

Leave a Reply

Your email address will not be published. Required fields are marked *