ରାଜ୍ୟ

ନିଲମ୍ବିତ ହେଲେ ତହସିଲଦାର, ମହଙ୍ଗା ପଡ଼ିଲା ନାଗିନ୍ ଡ୍ୟାନ୍ସ

ଯାଜପୁର : ଭାଇ ବାହାଘରରେ ନାଚିଥିଲେ ତହସିଲଦାର । କିନ୍ତୁ ମାସ୍କ ଖୋଲି ନାଚିବା ନେଇ ତାଙ୍କ ବିରୋଧରେ ଉଠିଥିଲା ଅଭିଯୋଗ । କୋଭିଡ୍ ନିୟମ ଉଲ୍ଲଂଘନ କରିବା ସମ୍ପ୍ରତି ଏହି ମହିଳା ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ସସ୍ପେଣ୍ଡ୍ କରିଛନ୍ତି ସରକାର। ସୂଚନାଯୋଗ୍ୟ ଯେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଜଗନ୍ନାଥପୁରରେ ନିଜ ଭାଇ ବାହାଘରେ ତହସିଲଦାର ବୁଲବୁଲ ବେହେରା ନାଚିଥିଲେ । ଗତ ମେ ୨୧ ତାରିଖରେ ସେ ନାଚୁଥିବା ଭିଡିଓ ଭାଇରାଲ୍ ହୋଇଥିଲା । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ଶ୍ରୀମତୀ ବେହେରା କରୋନା କଟକଣା ଉଲ୍ଲଂଘନ କରି ଅନ୍ୟମାନଙ୍କ ସହ ମିଶି ନାଚୁଥିବା ଦେଖାଯାଇଥିଲା। ପ୍ରଥମେ ମାସ୍କ ପିନ୍ଧି ନାଚିବା ପରେ ତହସଲିଦାର ମାସ୍କ ଖୋଲି ନାଚୁଥିବା ଭିଡିଓ ବଡ଼ ଚର୍ଚ୍ଚାର ବିଷୟ ହୋଇଥିଲା ।

Leave a Reply

Your email address will not be published. Required fields are marked *