ରାଜ୍ୟ

ଅନଲାଇନରେ ହେବ ୟୁଜି/ପିଜି ପରୀକ୍ଷା

ଭୁବନେଶ୍ୱର : କରୋନା କାଳରେ ଶିକ୍ଷାବିଭାଗ ଉପରେ ବିଶେଷ ପ୍ରଭାବ ପଡିଛି । ଏବେବି ପରିସ୍ଥିତି ସୁଧୁରିନଥିବାରୁ ରାଜ୍ୟରେ ୟୁଜି/ପିଜି ପରୀକ୍ଷା ଅନଲାଇନରେ ହେବାକୁ ନିଷ୍ପତ୍ତି ନିଆଯାଇଛି । କୁଳପତିମାନଙ୍କ ମତାମତ ପରେ ଏନେଇ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତିି । ସେ କହିଛନ୍ତି ଯେ, ଜୁଲାଇ-ଅଗଷ୍ଟ ମାସ ସୁଦ୍ଧା ଅନଲାଇନ ମୋଡରେ ୟୁଜି/ପିଜି ପରୀକ୍ଷା ହେବ । ବ୍ୟାକ୍ ପେପର ପାଇଁ ମଧ୍ୟ ଅନଲାଇନ ମୋଡରେ କରାଯିବ ପରୀକ୍ଷା । ବିଶ୍ୱବିଦ୍ୟାଳୟ ଓ ଅଟୋନୋମସ କଲେଜ ପରୀକ୍ଷା ତାରିଖ ସ୍ଥିର କରିବେ । ଘରେ ସୁବିଧା ନଥିଲେ ନିକଟସ୍ଥ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ । ଅଗଷ୍ଟ ଓ ସେପ୍ଟେମ୍ବରରେ ଫଳ ପ୍ରକାଶ ପାଇବ । ଯୁକ୍ତ ତିନି ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତି ପରେ ନିଆଯିବ । ସେହିପରି ସ୍ନାତକର ପ୍ରଥମ ବର୍ଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତି ପରେ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *