ରାଜ୍ୟ

ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର : ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ସକାଳ ୩ଟାରୁ ୩ଟା ୩୦ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ହେବ । ସକାଳ ୩ଟା ୩୦ରୁ ଦିନ ୧୧ଟା ମଧ୍ୟରେ ସାହାଣମେଲା ଦର୍ଶନ ହେବ । ଦିନ ୧୨ଟାରୁ ୧୨ ଟା ୪୫ରେ ମହାସ୍ନାନ ଓ ବେଶ ହେବ ।

ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ଉଠିବ । ତେବେ ଶିବରାତ୍ରୀ ପାଇଁ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସୁରକ୍ଷା ଦାୟିତ୍ୱରେ ୧୨୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ରହିବେ । ସୁରକ୍ଷା ଉପରେ ୫ ଜଣ ଅତିରିକ୍ତ ଡିସିପି ନଜର ରଖିବେ । ଶିବରାତ୍ରୀ ପାଇଁ ପୋଲିସର ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *