ରାଜ୍ୟ

ମାଟ୍ରିକ୍ ଆଧାରରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ

ଭୁବନେଶ୍ୱର : ମାଟ୍ରିକ୍ ଆଧାରରେ ହେବ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ । ଏନେଇ କାଉନ୍ସିଲ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନର ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି ମୂଲ୍ୟାୟନ ପାଇଁ ମାଟ୍ରିକ୍ ମାର୍କ ବେଷ୍ଟ । ସୂଚନା ଅନୁସାରେ ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ବୈଷୟିକ କମିଟି ରିପୋର୍ଟ ଦେବ । ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ଏହା ପରେ ସରକାର ଶେଷ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସିବିଏସଇ ପକ୍ଷରୁ ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *