ଦେଶ- ବିଦେଶରାଜନୀତି

ବିବାଦୀୟ ବୟାନ ମାମଲାରେ ବଢିଲା ମିଥୁନ ଚକ୍ରବର୍ତ୍ତୀଙ୍କ ଅଡୁଆ

କୋଲକାତା : ଅଭିନେତା ତଥା ବିଜେପିର ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅଡୁଆ ବଢିବାରେ ଲାଗିଛି। ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ତାଙ୍କର ବିବାଦୀୟ ଭାଷଣକୁ ନେଇ କୋଲକାତା ପୋଲିସ ବୁଧବାର ତାଙ୍କୁ ପଚରା ଉଚୁରା କରୁଛି। ମିଥୁନ କୋଲକାତା ପୋଲିସ ସାମ୍ନାରେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଛନ୍ତି। ବିବାଦୀୟ ଭାଷଣ ନେଇ ତାଙ୍କ ବିରୋଧରେ ମାନିକଲତା ପୋଲିସ ଷ୍ଟେସନରେ ଏତଲା ଦାୟର ହୋଇଥିଲା। ସବୁଠୁ ବଡ କଥା ଆଜି ଜନ୍ମ ଦିନରେ ପୋଲିସ ତାଙ୍କୁ ପଚରା ଉଚୁରା କରୁଛି। ଏଫଆଇଆର ରଦ୍ଦ କରିବା ଦାବିରେ ପୋଲିସ ଚକ୍ରବର୍ତ୍ତୀ ହାଇକୋର୍ଟରେ ଆବେଦନ କରିଥିଲେ। ହେଲେ ଅଦାଲତ ତାଙ୍କ ଆବେଦନ ଖାରଜ କରି କୋଲକାତା ପୋଲିସକୁ ଅଭିନେତାଙ୍କୁ ଜେରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ପୋଲିସ ଆଜି ମିଥୁନଙ୍କୁ ଭର୍ଚୁଆଲ ମାଧ୍ୟମରେ ଜେରା କରୁଛି।  ବିଜେପିରେ ସାମିଲ ମିଥୁନ ଚକ୍ରବର୍ତ୍ତୀ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସ ସରକାର ବିରୋଧରେ କଠୋର ଆଭିମୁଖ୍ୟ  ଆପଣେଇଥିଲେ। ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ କହିଥିଲେ, ମୁଁ ଏକ ଗୋଖର ସାପ, ଚୋଟ୍ ମାରିବି ତ ଫଟୋ ପାଲଟିଯିବେ। ଗରିବ ଲୋକଙ୍କ ପାଇଁ ଲଢେଇ କରିବେ ବୋଲି ସେ କହିଥିଲେ। ମୁଁ ରାଜନୀତି ନୁହେଁ ମନୁଷ୍ୟନୀତି କରିଥାଏ  ବୋଲି ମିଥୁନ କହିଛନ୍ତି।

Leave a Reply

Your email address will not be published. Required fields are marked *