ରାଜ୍ୟ

ଜୁଲାଇ ୨୫ ଯାଏଁ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା

ପୁରୀ : ଶ୍ରଦ୍ଧାଳୁଙ୍କୁ ମନା ଶ୍ରୀମନ୍ଦିର । ଜୁଲାଇ ୨୫ ଯାଏଁ ରହିବ ଏଭଳି କଟକଣା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି।

ସୂଚନା ଅନୁସାରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପୂର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଡ଼ା କଟକଣା ମଧ୍ୟରେ ହେବ ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା । ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ମହାପ୍ରଭୁଙ୍କ ସମସ୍ତ ନୀତି-ରୀତି ଆଉ ଯାତ୍ରା । ସେହିପରି ଶ୍ରଦ୍ଧାଳୁଙ୍କ ବିନା ହେବ ଦେବସ୍ନାନ ପୂର୍ଣ୍ଣିମା ଓ ପବିତ୍ର ଘୋଷଯାତ୍ରା । ବୁଧବାର ନିଆଯାଇଛି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

Leave a Reply

Your email address will not be published. Required fields are marked *