ଦେଶ- ବିଦେଶ

ଟିକା ପାଇଁ କୋ-ୱିନ୍‌ରେ ପଞ୍ଜିକରଣ ଜରୁରି ନୁହେଁ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ କରୋନା ଟିକା ନେବାକୁ କୋ-ୱିନ୍‌ ଆପ୍‌ରେ ପଞ୍ଜିକରଣ ନିହାତି ଜରୁରି ନୁହେଁ । ୧୮ ବର୍ଷ ବୟସରୁ ଊଦ୍ଧ୍ୱର୍ ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜିକରଣ କରି ଟିକା ନେଇପାରିବେ । ମଙ୍ଗଳବାର ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ସେ ଦର୍ଶାଇଛନ୍ତି ଯେ ପୂର୍ବରୁ ଅନ୍‌ଲାଇନରେ ପଞ୍ଜିକରଣ କରି ସ୍ଲଟ୍‌ ନେବାକୁ ପଡ଼ୁଥିଲା । କିନ୍ତୁ ଗ୍ରାମାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଟିକାକରଣର ଗତି ମନ୍ଥର ହୋଇଯାଇଥିବାରୁ ସରକାର ଟିକାକରଣ ପାଇଁ ପୂର୍ବରୁ ପଞ୍ଜିକରଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ।

Leave a Reply

Your email address will not be published. Required fields are marked *