ଦେଶ- ବିଦେଶ

ଆଉ ଲୋଡ଼ା ନାହିଁ କୋୱିନ୍ ରେଜିଷ୍ଟ୍ରେସନ୍, ସମସ୍ତ ନେଇପାରିବେ ଟିକା

ନୂଆଦିଲ୍ଲୀ: ଏଣିକି ଆଉ ଲୋଡ଼ା ନାହିଁ ରେଜିଷ୍ଟ୍ରେସନ୍ । ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ ଓ ସ୍ଲଟ୍ ବୁକିଂ ଚିନ୍ତା ଦୂର ହୋଇଯାଇଛି । ୧୮ବର୍ଷରୁ ଊଦ୍ଧ୍ୱର୍ ଯେ କୌଣସି ଭାରତୀୟ ନାଗରିକ ସିଧାସଳଖ ଟିକାକେନ୍ଦ୍ରକୁ ଯାଇ ସେଠାରେ ଟିକା ନେଇପାରିବେ । ଏନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ ଅନଲାଇନ୍ ରେଜିଷ୍ଟ୍ରେସନ୍ ଓ ବୁକିଂ ଆଉ ବାଧ୍ୟତାମୂଳକ ରହିବନି । ଟିକାକରଣ କେନ୍ଦ୍ରରେ ସିଧାସଳଖ ହେବ ପଞ୍ଜୀକରଣ ଏବଂ ଜଣେ ସହଜରେ ନିକଟସ୍ଥ କେନ୍ଦ୍ରରେ ଟିକା ନେଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୩ ତାରିଖ ସୁଦ୍ଧା କୋୱିନ୍ ଜରିଆରେ ମୋଟ ୨୪ କୋଟି ୮୪ ଲକ୍ଷ ଟିକାକରଣ ହୋଇଛି । ତେବେ ସେ ମଧ୍ୟରୁ ୧୯ କୋଟି ୮୪ ଲକ୍ଷ ତଥା ୮୦ ପ୍ରତିଶତ କେବଳ ଟିକାକରଣ କେନ୍ଦ୍ରରେ ସିଧାସଳଖ ପଞ୍ଜୀକରଣ କରାଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *