ରାଜ୍ୟ

ମହିଳାଙ୍କ ଆତ୍ମହତ୍ୟା, ଭାଇ ଆଣିଲେ ନିର୍ଯାତନା ଅଭିଯୋଗ

ନବରଙ୍ଗପୁର : ପାପଡାହାଣ୍ଡି ବ୍ଲକ ସଦର ମହକୁମା ହାଟପଦା ସାହିର ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ମୃତା ମହିଳାଙ୍କ ନାମ ବାଲମତି କୁମ୍ଭାର (୨୦) । ଭଉଣୀଙ୍କୁ ନିର୍ଯାତନା ଦିଆଯାଉଥିଲା ଏବଂ ତା’ର ମୃତ୍ୟୁ ପାଇଁ ଶ୍ୱଶୁର ଘର ଲୋକେ ଦାୟୀ ବୋଲି ମୃତା ମହିଳାଙ୍କ ଭାଇ ନବରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ମଙ୍ଗଳବାର ମଧ୍ୟାହ୍ନରେ ବାଲମତି କଟାବ କିଳି ଘର ଭିତରେ ଓଢ଼ଣୀ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶାଶୁ କବାଟ ବାଡେଇବାରୁ କବାଟ ଖୋଲି ନ ଥିଲେ । ଏହାପରେ ପୁଅ ସର୍ଜିତ ସିଂ ସିଧୁଙ୍କୁ ଜଣାଇବା ପରେ ସେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ ଏବଂ ତାଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ମୃତ ମହିଳାଙ୍କ ଭାଇ ପକ୍ଷରୁ ପାପଡାହାଣ୍ଡି ଥାନାରେ ଏତଲା ଦିଆଯାଇଛି । ସ୍ୱାମୀ, ଶାଶୁ, ଶଶୁର ପୂର୍ବରୁ ତାଙ୍କ ଭଉଣୀଙ୍କୁ ନିର୍ଯାତନା ଦେଉଥିଲେ ଏବଂ ମୋ ଭଉଣୀର ମୃତ୍ୟୁ ପାଇଁ ସେମାନେ ଦାୟୀ ବୋଲି ଏତଲାରେ ଦର୍ଶାଇଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଦୁଇଜଣ ଭଲପାଇ ବିବାହ କରିଥିଲେ । ଏ ନେଇ ପାପଡାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିଛି । ଏସ୍‌ଆଇ ପୁର୍ଣ୍ଣିମା ଟେଟେ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ମହିଳାଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ବୋଲି ନବରଙ୍ଗପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *