Uncategorized

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୨ ବର୍ଷ ଜେଲ୍

ଯାଜପୁର : ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୨ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ୍ ଓ ପୋକସୋ ଅଦାଲତ । ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ୍‌ଦଣ୍ଡ ଭୋଗିବାକୁ କୋର୍ଟ ତାଙ୍କ ରାୟରେ କହିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୫ ମସିହା ସେପ୍େଟମ୍ବର ୧୭ ତାରିଖରେ ବରି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା । ଘଟଣା ଦିନ ଗଣେଶ ପୂଜା ଅବସରରେ ଗାଁରେ ଭିଡିଓ ଚାଲିଥିଲା । ଏହି ସମୟରେ ନାବାଳିକା ଘରେ ଏକୁଟିଆ ଥିବାରୁ ସଞ୍ଜୟ ୭ ବର୍ଷର ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲା ।

ଏହି ମାମଲାରେ ୧୫ ଜଣ ସାକ୍ଷଙ୍କ ବୟାନକୁ ଗ୍ରହଣ କରି ଜିଲ୍ଲା ଦୈାରାଜଜ ଅଭିଯୁକ୍ତକୁ ୧୨ ବର୍ଷ କାରାଦଣ୍ଡାଦେଶ ଏବଂ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ରାଶି ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନାବାଳିକାକୁ ମାନସିକ ନିର୍ଯାତନା ଦିଆଯାଇଥିବାରୁ ତିନି ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଦେବା ଲାଗି ଆଇନ ସେବା ପ୍ରାଧୀକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଦୌରାଜଜ ।

Leave a Reply

Your email address will not be published. Required fields are marked *