ରାଜ୍ୟ

ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପରେ ନିଆଁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ଜିଏମ କାର୍ଯ୍ୟାଳୟରେ ନିଆଁ ଲାଗି ଅନେକ କାଗଜପତ୍ର ଜଳି ଯାଇଥିବା ଦେଖିବାକୁ ମିଳିଛି । ନିଆଁ ଲାଗିଥିବାର କାରଣ ଅସ୍ପଷ୍ଟ ଥିବା ବେଳେ କାର୍ଯ୍ୟାଳୟର କୌଣସି ପଦାଧିକାରୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାପାଇଁ ମନା କରିବା ସନ୍ଧେହ ସୃଷ୍ଟି କରିଛି । କିନ୍ତୁ ବିଶେଷ ସୂତ୍ରରୁ ଅନୁମାନ କରାଯାଉଛି କି କିଛି କାଗଜପତ୍ର ନଷ୍ଟ କରିବା ପାଇଁ ଏପରି କରାଯାଇଥାଇପାରେ । ନିଆଁ ଲାଗିବା ପରେ ମା ତାରିଣୀ ସିକ୍ୟୁରିଟି ସଂସ୍ଥାର ଗାର୍ଡ ନିଆଁ କୁ ଦେଖି ଲିଭାଇବା ଉଦ୍ୟମ କରିଥିଲେ ।

କିନ୍ତୁ ବିଫଳ ହେବା ପରେ ଜୟପାଟଣା ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ପ୍ରତ୍ୟକ୍ଷ ଦର୍ଶୀ କହିବା ଅନୁସାରେ ପ୍ରକଳ୍ପର ସଫେଇ କର୍ମଚାରୀମାନେ ତା ପୂର୍ବ ଦିନ ଅଫିସ ପଛପଟେ ନିଆଁ ଲଗାଇ ସଫାସୁତୁରା କରିଥିଲେ । ଆଜି ଛୁଟି ଥିବା ଜଗୁ ସଫେଇ କର୍ମଚାରୀ ଆସିନଥିଲେ । ଯାହାଫଳରେ ନିଆଁ ଲାଗି ଅଫିସର ପ୍ରଥମରେ ଝରକା ପୋଡିବା ସହିତ ସମ୍ପୁର୍ଣ୍ଣ ଭାବେ ଘରେ ନିଆଁ ଲାଗିଥିଲା ।

ସେ କୋଠରୀର ସମସ୍ତ କାଗଜପତ୍ର ସହ ଆସବାବପତ୍ର ପୋଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ହେଲେ ସମ୍ପୁର୍ଣ୍ଣ କାର୍ଯ୍ୟାଳୟରେ ଅଗ୍ନି ନିରାପତ୍ତା ନାହିଁ, ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ବଡ କାର୍ଯ୍ୟାଳୟରେ ଦିନ ଦ୍ୱିପହରେ ଯଦି ନିଆଁ ଲାଗୁଛି, ତେବେ ସେଠାକାର ସୁରକ୍ଷା ବ୍ୟବସ୍ଥା କ’ଣ ଥିବ ତାହା ବାରି ହୋଇପଡ଼ୁଛି ।

Leave a Reply

Your email address will not be published. Required fields are marked *