ଦେଶ- ବିଦେଶରାଜନୀତି

ବିଧାୟକ ପଦରୁ ଇସ୍ତଫା ଦେଲେ ରାଜେନ୍ଦର

ହାଇଦ୍ରାବାଦ: ତେଲେଙ୍ଗାନାର ହୁଜୁରାବାଦ ଆସନର ବିଧାୟକ ଇ. ରାଜେନ୍ଦର ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେନ୍ଦର ତେଲେଙ୍ଗାନା ରାଷ୍ଟ୍ର ସମିତିର ଜଣେ ବରିଷ୍ଠ ନେତା ଥିଲେ । କିଛିଦିନ ତଳେ ସେ ଦଳର ସଦସ୍ୟ ପଦରୁ ବି ଓହରି ଆସିଥିଲେ । ସମ୍ପ୍ରତି ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି ।ଇସ୍ତଫା ପରେ ରାଜେନ୍ଦର କହିଛନ୍ତି ଯେ ଦଳର ଅଧ୍ୟକ୍ଷଙ୍କୁ ଭେଟି ନପାରିବାରୁ ସେ ବାଚସ୍ପତିଙ୍କୁ ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି । ରାଜ୍ୟବାସୀ ଓ ନିର୍ବାଚନ ମଣ୍ଡଳର ଲୋକଙ୍କ ହିତ ପାଇଁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ତେବେ ଆସନ୍ତା ୧୪ ତାରିଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି । ଏପରିକି ତାଙ୍କ ସମେତ ଟିଆରଏସର ଆହୁରି କେତେକ ନେତା ମଧ୍ୟ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି ।ଉଲ୍ଲେଖଯୋଗ୍ୟ ଯେ ତେଲେଙ୍ଗାନାରେ ବ୍ୟାପକ ଜମି ହଡ଼ପ ଅଭିଯୋଗ ହେବା ପରେ ରାଜେନ୍ଦରଙ୍କ ପରିବାର ସଦସ୍ୟଙ୍କ ନାଁରେ ଜମିଠୁଳ ହୋଇଥିବା ଜଣାପଡ଼ିଥିଲା। ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରାଯାଇଥିଲା ।

Leave a Reply

Your email address will not be published. Required fields are marked *