ଦେଶ- ବିଦେଶବାଣିଜ୍ୟ

ଏସବିଆଇ ଆଣିଛି କରୋନା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ସ୍କିମ, ଜାଣନ୍ତୁ କ’ଣ ଏହାର ଫାଇଦା…

ନୂଆଦିଲ୍ଲୀ: କୋଭିଡ ଉପଚାର ସମ୍ବନ୍ଧୀୟ ଖର୍ଚ୍ଚ ଯୋଗୁଁ ଆର୍ଥିକ ଚିନ୍ତାରେ ଥିବା ଗ୍ରାହକଙ୍କ ଆଶ୍ୱସ୍ତି ଆଣିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଷ୍ଟେଟ ବ୍ୟାଙ୍କ ନିଜର ଗ୍ରାହକଙ୍କୁ କୋଭିଡ ସମ୍ବନ୍ଧୀୟ ଚିକିତ୍ସାରୁ ଆଶ୍ୱସ୍ତି ଦେବା ପାଇଁ ପ୍ରୟାସ କରିବାକୁ ଯାଇ ବନ୍ଧକ ମୁକ୍ତ ଋଣ ଯୋଜନା ‘କବଚ ପର୍ସନାଲ ଲୋନ’ ଲଞ୍ଚ କରିଛି । ଏହାଦ୍ୱାରା ଗ୍ରାହକଙ୍କୁ ବ୍ୟକ୍ତିଗତ ଋଣ ପ୍ରଦାନ କରାଯିବ । ଏହି ଋଣ ଗ୍ରାହକ କିମ୍ବା ପରିବାର ସଦସ୍ୟଙ୍କର କୋଭିଡ ଚିକିତ୍ସା ଖର୍ଚ୍ଚକୁ କଭର କରିବ । ଏସବିଆଇ ଅଧ୍ୟକ୍ଷ ଦିନେଶ ଖାରା ଏହାକୁ ଲଞ୍ଚ କରିଛନ୍ତି । ଏହି ଯୋଜନାରେ ଗ୍ରାହକ ୬୦ ମାସ ପାଇଁ ୮.୫ ପ୍ରତିଶତ ପ୍ରତିବର୍ଷ ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ରଣ ନେଇପାରିବେ । ଯେଉଁଥିରେ ତିିନି ମାସ ପାଇଁ ମୋରାଟୋରିୟମ ଅବଧି ମଧ୍ୟ ସାମିଲ ଅଛି । ଏହି ଅନନ୍ୟ ସ୍କିମ କୋ-ଲାଟେରାଲ ଫ୍ରି ପର୍ସନାଲ ଲୋନ ବର୍ଗ ଅନ୍ତର୍ଭୁକ୍ତ ଏବଂ ଏହି ବର୍ଗରେ ସର୍ବନିମ୍ନ ସୁଧ ହାରରେ ଉପଲବ୍ଧ । ଏହି ଯୋଜନା ଅଧୀନରେ କୋଭିଡ ସମ୍ବନ୍ଧୀୟ ଚିକିତ୍ସା ଖର୍ଚ୍ଚ ପାଇଁ ପୂର୍ବରୁ ହୋଇଥିବା ଖର୍ଚ୍ଚର ପରିଶୋଧ ମଧ୍ୟ ପ୍ରଦାନ କରାଯିବ । ବର୍ତ୍ତମାନର କଠିନ ସମୟରେ କୋଭିଡ ଚିକିତ୍ସା ପାଇଁ ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇ ଯଥା ସମ୍ଭବ ପ୍ରୟାସ କରିଛି । ଏହି ଋଣଉତ୍ପାଦ ଆରବିଆଇର କୋଭିଡ ରିଲିଫ୍ ପଦକ୍ଷେପ ଅନୁଯାୟୀ ବ୍ୟାଙ୍କ ମାନଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ ଲୋନର ଅନ୍ତର୍ଭୁକ୍ତ ।

Leave a Reply

Your email address will not be published. Required fields are marked *