ମହାନଗରରାଜ୍ୟ

ପୋଲିସ କବଜାରେ ନକଲି ଆର୍ମି ଅଫିସର

ଭୁବନେଶ୍ୱର : ଲକଡାଉନ୍ ଓ ସଟଡାଉନ ସମୟରେ ଅନେକ ଦୁର୍ବୃତ୍ତ ନିଜର ନକଲି ପରିଚୟ ଦେଇ ବୁଲୁଥିବାର ଅନେକ ଘଟଣା ନଜରକୁ ଆସିଛି । ସେହିପରି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ କବଜାରେ ଫସିଛି ଜଣେ ନକଲି ସେନାଧିକାରୀ । ଅଭିଯୁକ୍ତ ଜଣକ ନିଜକୁ ସେନାଧିକାରୀ କହି ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଥିଲା । ଆର୍ମି ଅଫିସର ପରିଚୟ ଦେଇ ଏସୟୁଭିରେ ଆମି ଲେଖି ସେ ଗାଡି ଚଳାଉଥିଲା । ଚଳାଉଥିବା ଏସୟୁଭିର ପଞ୍ଜୀକରଣ ନମ୍ବରକୁ ବି ସେ ଜାଲିଆତି କରିଥିବା ଜଣାପଡିଥିଲା । ପୋଲିସର ସୂଚନା ମୁତାବକ, ଏସୟୁଭିରେ ଆମି ଲେଖାଥିବା ଗାଡିଟି ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଥିଲା । ଫଳରେ ଗାଡି ମାଲିକଙ୍କୁ ୧୦ ହଜାର ଟଙ୍କାର ଚାଲାଣ କଟାଯାଇଥିଲା । ୩ ଥର ଉକ୍ତ ନମ୍ବରରେ ଚାଲାଣ ମଧ୍ୟ ପ୍ରକୃତ ଗାଡି ମାଲିକଙ୍କ ପାଖକୁ ଯାଇଥିଲା ।

ଚାଲାଣକୁ ଦେଖି ଗାଡି ମାଲିକ ଧଜଞ୍ଜୟ ହୋତା ଆଶ୍ଚର୍ଯ୍ୟ ହୋଇଥିଲେ, କାରଣ ତାଙ୍କ ଗାଡି ଘରେ ଥିବା ବେଳେ ଚାଲାଣ କିପରି କଟିଲା ବୋଲି ସେ ଚକିତ ହୋଇଥିଲେ । ଗାଡି ମାଲିକଙ୍କ ଖୋଳତାଡ ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଗତକାଲି ଏହି ଦାମୀ ଏସ୍ୟୁଭି ଗାଡିିକୁ ଧନଂଜୟ ଜୟଦେବ ବିବାହର ଛକରେ ଅଟକାଇବାକୁ ସଫଳ ହୋଇଥିଲେ । ହେଲେ ଗାଡି ଭିତରୁ ଜଣେ ଯୁବକ ହଠାତ୍ ବାହାରି ନିଜକୁ ଆର୍ମି ଅଫିସର ରତିକାନ୍ତ କହିବା ସହ ଧମକ ଦେବାକୁ ବି ପଛାଇନଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସଂପୃକ୍ତ ଯୁବକ ଜଣକ ସତ ଓଗାଳିଥିଲା । ଜଣାପଡିଥିଲା ଯେ, ରତିକାନ୍ତ ଜଣେ ଆର୍ମି ଅଫିସ ନୁହେଁ ବରଂ ଜଣେ ସଫ୍ଟୱୋୟାର ଇଞ୍ଜିନିୟର । ସେ ଗାଡିଟିକୁ ଜଣେ ଆଳୁ ବ୍ୟବସାୟୀଙ୍କ ନିକଟରୁ କିଣିଥିଲେ କିନ୍ତୁ ମାଲିକାନା ବଦଳିନଥିଲେ । ଘଟଣାକୁ ନେଇ ପୋଲିସ ଛାନଭିନ ଜାରି ରଖିଛି ।

Leave a Reply

Your email address will not be published. Required fields are marked *