ରାଜ୍ୟ

ଓଡ଼ିଶାରୁ ଆଜି ୮,୫୧୬ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮ ହଜାର ୫୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭ ଲକ୍ଷ ୮୧ ହଜାର ୪୮୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୧୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୭୩୮, ବାଲେଶ୍ୱରରୁ ୫୬୪, ମୟୁରଭଞ୍ଜରୁ ୫୫୬, ଯାଜପୁରରୁ ୫୧୪, ଢେଙ୍କାନାଳରୁ ୪୮୫, ସୁନ୍ଦରଗଡରୁ ୪୭୩, ପୁରୀରୁ ୪୩୭, ରାୟଗଡ଼ାରୁ ୩୬୯, ଜଗତସିଂହପୁରରୁ ୨୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *