ରାଜନୀତିରାଜ୍ୟ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ଜାମିନ

ଭୁବନେଶ୍ୱର : ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ଜାମିନ ମିଳିଛି । ଗୋଳନ୍ଥରା ଥାନାର ଅନ୍ୟ ଏକ ମାମଲାରେ ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି ଓଡିଶା ହାଇକୋର୍ଟ । ନିମ୍ନକୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ପ୍ରଦୀପଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି । ପୂର୍ବରୁ ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ଦେଇଥିଲେ କୋର୍ଟ । ସମସ୍ତ ମାମଲାରେ ଜାମିନ ପାଇଥିବାରୁ ତାଙ୍କର ଜେଲରୁ ମୁକୁଳିବାର ସମସ୍ତ ପଥ ପରିଷ୍କାର ହୋଇଛି । କ୍ରାଇମବ୍ରାଞ୍ଚ ସମେତ ୫ଟି ମାମଲାରେ ପ୍ରଦୀପଙ୍କୁ ଜାମିନ ମିଳିଥିଲା । ତେବେ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ କରୁଥିବା ମାମଲାରେ ୨୦୨୦ ଡିସେମ୍ବର ୩ରେ ବିଧାୟକ ପ୍ରଦୀପ ପାଣିଗାହୀ ଗିରଫ ହୋଇଥିଲେ ।

Leave a Reply

Your email address will not be published. Required fields are marked *