ରାଜ୍ୟ

ପୋଲିସ ଗାଡ଼ିକୁ ଜାଳିଦେଲେ ଗାଁ’ଲୋକେ

ଯାଜପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ନିକଟରେ ଉତ୍ୟକ୍ତ ଲୋକେ ପୁଲିସ୍ ଗାଡ଼ିକୁ ଜାଳି ଦେଇଛନ୍ତି । ପଣସୁଧା ଗାଁ’ରେ ୨ଗୋଷ୍ଠୀ ମଧ୍ୟରେ ବିବାଦ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିଲା । ଉତ୍ତେଜିତ ଲୋକଙ୍କୁ ପୁଲିସ ବୁଝାସୁଝା କରୁଥିବା ବେଳେ କିଛି ଲୋକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ଅଧିନ ପଣସୁଧା ଗାଁରେ ଅଷ୍ଟପ୍ରହର ମଣ୍ଡପ ନେଇ ବିବାଦ ଦେଖାଯାଇଥିଲା । ଏହି ବିବାଦ ପରବର୍ତ୍ତୀ ସମୟରେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଘଟଣାର ସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ପୁଲିସ ଆଜି ପଣସୁଧା ଗାଁ’ରେ ପହଞ୍ଚିଥିଲା । କିନ୍ତୁ ଉତ୍ତେଜିତ ଲୋକେ ପୁଲିସକୁ ସହଯୋଗ କରିବା ବଦଳରେ ହିଂସା ରୂପ ଧାରଣ କରିଥିଲେ । ସେମାନେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏଥି ସହିତ ପୁଲିସ ଉପରେ ଆକ୍ରମଣ ମଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *