ଦେଶ- ବିଦେଶ

ବିଏସ୍‌ଏଫ୍ ଯବାନଙ୍କ ପଞ୍ଝାରେ ଚୀନ୍ ନାଗରିକ

ନୂଆଦିଲ୍ଲୀ: ଦେଶରେ ବ୍ୟାପିଥିବା କରୋନା ମହାମାରୀ ମଧ୍ୟରେ ଗୁରୁବାର ବିଏସ୍ଏଫ୍ ବାଂଲାଦେଶ ସୀମାରୁ ବେଆଇନ ଭାବେ ଭାରତ ପ୍ରବେଶ କରୁଥିବା ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗର ମାଲଦା ପ୍ରବେଶ କରିବା ସମୟରେ ଚୀନ୍ ନାଗରିକ ଜଣକ ଧରାପଡିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଏସଏଫ, ପୋଲିସ ଏବଂ ଗୁପ୍ତଚର ଏଜେନ୍ସି ତାଙ୍କୁ ପଚରାଉଚରା କରୁଛନ୍ତି। ସୂଚନାନୁସାରେ, ଗିରଫ ଚାଇନାର ନାଗରିକଙ୍କ ନାମ ହାନ ଜୁନୱାଇ (୩୬ ବର୍ଷ) ଏବଂ ସେ ଚାଇନାର ହୁବେଇ ପ୍ରଦେଶର ବାସିନ୍ଦା। ତାଙ୍କଠାରୁ ଚାଇନାର ପାସପୋର୍ଟ ମିଳିଛି, ଯାହା ଚଳିତ ବର୍ଷ ଫେବୃଆରୀରେ ଦିଆଯାଇଥିଲା। ସୂଚନାନୁସାରେ, ଚାଇନାର ନାଗରିକଙ୍କର ବାଂଲାଦେଶ ଭିସା ରହିଛି।ବିଏସଏଫ ଅନୁଯାୟୀ, ବିଭିନ୍ନ ଏଜେନ୍ସି ତାଙ୍କୁ ପଚରାଉଚରା କରୁଛନ୍ତି ଏବଂ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ତାଙ୍କ ଭାରତରେ ବେଆଇନ ପ୍ରବେଶ ହେବାର କାରଣ କ’ଣ? ତଥାପି, ଏପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ ।

Leave a Reply

Your email address will not be published. Required fields are marked *