ରାଜନୀତିରାଜ୍ୟ

ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର : ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଆଜି ଭେଣ୍ଟିଲେଟରରୁ ବାହାରିଛନ୍ତି । ସେ ବର୍ତ୍ତମାନ ଭେଣ୍ଟିଲେଟରରୁ ବାହାରି ଆଇସିୟୁରେ ଅଛନ୍ତି । ଆଉ କିଛି ଦିନ ମଧ୍ୟରେ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତରଣ କରାଯିବ । ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଭୁବନେଶ୍ୱର ଏମ୍ସ କତ୍ତୃର୍ପକ୍ଷ ସୂଚନା ଦେଇଛନ୍ତି । ତେବେ ସେ ଏପ୍ରିଲ୍ ୨୦ରେ କୋଭିଡ୍ ଦ୍ୱାରା ଆକାନ୍ତ ହେବା ପରେ ଏମ୍ସରେ ଚିକିତ୍ସାଧୀନ ଥିଲେ ।

Leave a Reply

Your email address will not be published. Required fields are marked *