ଦେଶ- ବିଦେଶ

ପାକିସ୍ତାନରେ ୫ ହିନ୍ଦୁଙ୍କୁ ହତ୍ୟା

ଇସଲାମବାଦ୍ : ପାକିସ୍ତାନରେ ଜଣେ ହିନ୍ଦୁ ପରିବାରର ୫ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ରହୀମ ୟାର ଖାନ ସହରଠାରୁ ୧୫ କିଲୋମିଟର ଦୂରରେ ଥିବା ଆବୁଧାବି କଲୋନୀରେ ଘଟିଛି ।

ସୂଚନା ଅନୁଯାୟୀ, ରାମଚାନ୍ଦ ମେଘୱାଲଙ୍କ ପରିବାରର ୫ଜଣଙ୍କୁ ହତ୍ୟା କରାଯାଇଛି । ସେ ଜଣେ ହିନ୍ଦୁ ଥିଲେ । ସେ ଏକ ଟେଲରିଂ ଦୋକାନ ଚଳାଉଥିଲେ । ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା କରିବାପରେ ପୁଣିଥରେ ପାକିସ୍ତାନରେ ବସବାସ କରୁଥିବା ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ପାକିସ୍ତାନୀ ଖବର କାଗଜ ଦି ନ୍ୟୁଜ୍ ଇଣ୍ଟରନ୍ୟାସନାଲ ଅନୁଯାୟୀ, ଆବୁଧାବି କଲୋନୀରେ ରହୁଥିବା ଏହି ପରିବାରର ସମସ୍ତ ଲୋକଙ୍କ ଗଳା କାଟି ହତ୍ୟା କରାଯାଇଛି । ପାକିସ୍ତାନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛୁରୀ ଓ କୁରାଢି ଜବତ କରିଛି ।

ରାମଚାନ୍ଦ ମେଘୱାଲଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ ବୋଲି ଜଣାପଡ଼ିଛି । ସେ ତାଙ୍କ ପରିବାର ସହିତ ଶାନ୍ତିପୂର୍ଣ୍ଣ ଜୀବନ ବିତାଉଥିଲେ । କିନ୍ତୁ ଆତଙ୍କବାଦୀମାନେ ଏହାକୁ ପସନ୍ଦ କରୁ ନ ଥିଲେ । ଆକ୍ରମଣକାରୀ କିଏ ଏବଂ ହତ୍ୟା କାହିଁକି କରାଯାଇଥିଲା ତାହାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ତେବେ ପାକିସ୍ତାନରେ ହିନ୍ଦୁମାନଙ୍କୁ ଟାର୍ଗେଟ କରିବାର ଘଟଣା ବାରମ୍ବାର ସମ୍ନାକୁ ଆସିଥାଏ ।

Leave a Reply

Your email address will not be published. Required fields are marked *